Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||

ସଟଡାଉନ୍‌ ନିୟମ ଭାଙ୍ଗି କ୍ବାରେଣ୍ଟାଇନକୁ ଗଲେ ୧୭ ଜଣ: ସେପଟେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୭ରେ ପହଞ୍ଚିଲା

5/04/2020 at 11:09 AM

ଭଦ୍ରକ୫/୪: ଭଦ୍ରକରେ ସଟ୍‌ଡାଉନ ନିୟମ ଭାଙ୍ଗି କ୍ବାରେଣ୍ଟାଇନକୁ ଗଲେ ୧୭ ଜଣ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ, କଟକ ଓ ଭୁବନେଶ୍ବରରେ ସଟ୍‌ଡାଉନ ଘୋଷଣା କରାଯାଇଥିଲା। କିନ୍ତୁ ଅମାନିଆ ବ୍ୟକ୍ତି ସଟ୍‌ଡାଉନ୍‌ ନିୟମକୁ ଫୁ କରି ଏଣେତେଣେ ବୁଲୁଛନ୍ତି। କିନ୍ତୁ ଭଦ୍ରକରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଭଦ୍ରକରେ ୧୭ ଜଣଙ୍କୁ କ୍ବାରେଣ୍ଟାଇନ୍‌କୁ ନିଆଯାଇଥିବା ଟ୍ବିଟ୍ କରି ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଅନ୍ୟପଟେ କଟକରେ ପୋଲିସ୍‌ଙ୍କୁ ପଥର ମାଡ ହୋଇଛି। ଛାତ ଉପରେ ଛିଡା ହୋଇ କିଛି ବ୍ୟକ୍ତି ପୋଲିସ୍‌ଙ୍କୁ ପଥର ମାଡ କରିଛନ୍ତି। କିନ୍ତୁ ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଦିନରାତି ଏକ କରି ଲୋକମାନଙ୍କୁ ସଚେତନତା କରୁଥିବା ପୋଲିସ୍‌ଙ୍କୁ ଆକ୍ରମଣ କରିବା ଏକ ନିନ୍ଦନୀୟ ଘଟଣା ବୋଲି ପୋଲିସ୍‌ ଅଧିକାରୀ କହିଛନ୍ତି। ସେପଟେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୭ ପହଞ୍ଚିଛି।ଏବଂ କରୋନା ଆକ୍ରାନ୍ତ ସଂଖ୍ୟା ୩୩୭୪ରେ ପହଞ୍ଚିଥିବା ବେଳେ ୩୦୩୦ ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

   Related Posts