କୁଖ୍ୟାତ ଜୁଆଡି ସଞ୍ଜୟ ସିଂ ସମେତ ୧୭ ଗିରଫ: ନଗଦ ୧ ଲକ୍ଷ ୮୧ ହଜାର ଟଙ୍କା ଜବତ

Published By : Prameya-News7 Bureau | August 06, 2020 IST

ବ୍ରଜରାଜନଗର୬/୮:  ଝାରସୁଗୁଡ଼ା ସହରାଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡ଼ା ପୁଲିସ ଏକ ବଡ ଧରଣର  ଜୁଆ ଆଡ୍ଡା ଉପରେ ଚଢ଼ଉ କରିଛି। ସହରାଞ୍ଚଳର କାଳୀ ମନ୍ଦିର ରୋଡ଼ରେ ଥିବା ବିଜେଡି କାର୍ଯ୍ୟାଳୟ ପାଖରେ ବିକାଶ ଜୟ ସ୍ୱାଲ ନାମକ କପଡା ବ୍ୟବସାୟୀ ଘରେ ଚଢ଼ଉ କରିଥିଲା।  ଘର ଭିତରେ ବ୍ରଜରାଜନଗର ନଗର ଅଞ୍ଚଳର କୁଖ୍ୟାତ ଜୁଆଡି ସଞ୍ଜୟ ସିଂ ବିକାଶ ଜୟ ଶ୍ୱାଳ ସମେତ ମୋଟ ୧୭ ଜଣ ଜୁଆଡ଼ି ଜୁଆ ଖେଳୁଥିଲେ। ପୁଲିସ ସମସ୍ତଙ୍କୁ କାବୁ କରିଥିଲା।  ସେମାନଙ୍କ ଠାରୁ ଜୁଆରେ ବ୍ୟବହାର କରାଯାଉଥିବା ତାସ, ନଗଦ ୧ ଲକ୍ଷ  ୮୧ ଜବତ କରିଥିଲା । ସେମାନଙ୍କ ଠାରୁ୧୬ ଟି ମୋବାଇଲ,  ଗୋଟିଏ କାର , ୬ଟି ମୋଟର ସାଇକେଲ ଏବଂ ଜୁଆ ଖେଳ ପାଇଁ ବ୍ୟବହାର ହେଉଥିବା ସାମଗ୍ରୀକୁ ପୁଲିସ ଜବତ କରିଛି । 

ସମସ୍ତଙ୍କୁ  ଗିରଫ କରି ଝାରସୁଗୁଡା ଟାଉନ ଥାନାରେ  ରଖାଯିବା ପରେ ଆଜି  ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଝାରସୁଗୁଡ଼ା ଏସପି ରାହୁଲ ପି.ଆର  ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ଏଥିସହ ଗିରଫ ସଂଜୟ ସିଂ ଜଣେ ଭେଟେରାନ ଅପରାଧୀ ବୋଲି ପୋଲିସ କହିଛି। ସଞ୍ଜୟ ବ୍ରଜରାଜନଗର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଚଳାଇ ଆସୁଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.