Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

କରୋନା ସ୍ଥିତି ସଙ୍ଗୀନ, ମୁକାବିଲା ପାଇଁ ୫ ଜିଲ୍ଲା ଦାୟିତ୍ୱରେ ୧୭ ଓଏଏସ୍

26/04/2021 at 8:18 AM

ଭୁବନେଶ୍ୱର ୨୬/୦୪: ହୁହୁ ହୋଇ ରାଜ୍ୟରେ ବଢୁଛି କୋଭିଡ୍‌ ସଂକ୍ରମଣ । ସ୍ଥିତି ଅସମ୍ଭାଳ ଆଡ଼କୁ ଗତି କଲାଣି । ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣ ବଢୁଥିବା ୫ ଜିଲ୍ଲା ପାଇଁ ସରକାର ୧୭ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ (ଓଏଏସ୍‌)ଙ୍କୁ ଦାୟିତ୍ୱ ଦେଇଛନ୍ତି । ଏମାନେ ଜିଲ୍ଲା ପ୍ରଶାସନ ଅଧୀନରେ କୋଭିଡ୍‌ ମୁକାବିଲା ପାଇଁ କାମ କରିବେ ।

ନୂଆପଡା ଜିଲ୍ଲା ଦାୟିତ୍ୱରେ ୫ ଓଏଏସ୍‌ ଅଛନ୍ତି । ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିକାଶ ବିଭାଗ ଏମ୍‌ଡି ଲକ୍ଷ୍ମୀକାନ୍ତ ପ୍ୟାରିଲାଲ ପ୍ରଧାନ, ଯୋଜନା ଓ ସଂଯୋଜନ ବିଭାଗ ଅତିରିକ୍ତ ସଚିବ ଡ.ଚିତ୍ରସେନ ପଶାୟତ, କେବିକେର ଯୁଗ୍ମ ପ୍ରଶାସକ ନୃପରାଜ ସାହୁ, ରାୟଗଡା ଓଏମ୍‌ସିର ଆଞ୍ଚଳିକ ପ୍ରବନ୍ଧକ ହେମନ୍ତ କୁମାର ସିଂ ଓ କୋଟପାଡ଼ ତହସିଲଦାର ଭକ୍ତବନ୍ଧୁ ଜନାର୍ଦ୍ଦନ ନୂଆପଡା ଜିଲ୍ଲାରେ କାମ କରିବେ ।

ବଲାଙ୍ଗୀର ଜିଲ୍ଲା କୋଭିଡ୍‌ ପରିଚାଳନା ଦାୟିତ୍ୱରେ ମହିଳା ଓ ଶିଶୁବିକାଶ ବିଭାଗ ଯୁଗ୍ମ ସଚିବ ରଶ୍ମିରଞ୍ଜନ ନାୟକ, ଅନୁସୂଚିତ ଜାତି, ଜନଜାତି ବିଭାଗ ଉପସଚିବ ଡ. ଶ୍ୱେତକୁମାର ଦାସ ନିୟୋଜିତ ହେବେ । ପଞ୍ଚାୟତିରାଜ ବିଭାଗ ଅତିରିକ୍ତ ସଚିବ ମହେଶ୍ୱର ପାଣିଗ୍ରାହୀ ଓ କେନ୍ଦ୍ରାପଡାର ଅତିରିକ୍ତ ପିଡି, ଡିଆରଡିଏ ମନ୍ଦରଧର ମହାଲିକ ଓ ସର୍ଭେ ଆଣ୍ଡ ମ୍ୟାପ୍‌ ପବ୍ଲିକେଶନ ଯୁଗ୍ମ ନିର୍ଦ୍ଦେଶକ ଶୁଭାଶିଷ ମାନସିଂହଙ୍କୁ ବରଗଡ ଜିଲ୍ଲା ପାଇଁ ଦାୟିତ୍ୱ ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ବିଶିକେଶନ ଦେହୁରୀ, ଅନୁଗୁଳ ଉପଜିଲ୍ଲାପାଳ ବାଇତୁରା ଦୀପ୍‌ ସମ୍ବଲପୁର ଜିଲ୍ଲା ପ୍ରଶାସନ ଅଧୀନରେ କୋଭିଡ୍‌ ପରିଚାଳନା ଦାୟିତ୍ୱ ତୁଲାଇବେ । ସୁନ୍ଦରଗଡ଼ ଜିଲ୍ଲା ପାଇଁ ପର୍ଯ୍ୟଟନ ବିଭାଗ ଯୁଗ୍ମ ସଚିବ ଦୁର୍ଗାପ୍ରସାଦ ମହାପାତ୍ର, ଅଯୋଧ୍ୟାକାନ୍ତ ଶତପଥୀ, ତ୍ରିଲୋଚନ ମହାନ୍ତି ଓ ମଧୁସୂଦନ ବେହେରା କାମ କରିବେ ।

   Related Posts