Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ଭୁବନେଶ୍ବର : ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||

ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ

31/10/2020 at 8:28 AM

ନୂଆଦିଲ୍ଲୀ ୩୧।୧୦: ତୁର୍କୀରେ ବଡ଼ ଧରଣର ଭୂମିକମ୍ପ । ଭୂମଧ୍ୟସାଗର ଅଞ୍ଚଳରେ ଥିବା ଏଜିଆନ୍ ସାଗର ମଧ୍ୟରେ ଏହାର କେନ୍ଦ୍ରସ୍ଥଳୀ ଥିବା ବେଳେ ଏହାର ବ୍ୟାପକ ପ୍ରଭାବ ତୁର୍କୀ ଓ ଗ୍ରୀସରେ ଅନୁଭୂତ ହୋଇଛି । ବିଶେଷ କରି ତୁର୍କୀର ଉପକୂଳବର୍ତ୍ତୀ ଇଜମିର ପ୍ରଦେଶ ଉପରେ ପଡ଼ିଛି ଏହାର ବଡ଼ ପ୍ରଭାବ । ରିକ୍ଟର ସ୍କେଲ୍ ରେ ଭୂମିକମ୍ପ ତୀବ୍ରତା ୭ ବୋଲି ଜଣାପଡ଼ିଛି ।

ତେବେ ଏହି ଭୂମିକମ୍ପରେ ଗ୍ରୀସ୍ ରେ ସୁନାମି ଆସିଥିବା ବେଳେ, ତୁର୍କୀରେ ଅନେକ ଅଟ୍ଟାଳିକ ମାଟିରେ ମିଶି ଯାଇଛି । ଇଜମିର ସହର ଭିତରକୁ ପାଣି ପଶି ଆସିଛି । ଏଥିରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଛନ୍ତି । ଗ୍ରୀକ୍ ଗଣମାଧ୍ୟମ ସୁତ୍ରରୁ ଜଣାପଡ଼ିଛି ଯେ, ଭୂମିକମ୍ପ ପ୍ରଭାବରେ ଗ୍ରୀସ୍ ର ସାମୋସ୍ ସହର ଏବଂ ତୁର୍କୀର ଇଜମିର ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି ୨ ସହରରେ ଥିବା ବହୁତଳ କୋଠା ଭୁଶୁଡ଼ିପଡିବା ସହ ରାସ୍ତାଘାଟରେ ଫାଟ ସୃଷ୍ଟି ହୋଇଛି ।

ଏଜିଆନ୍ କୋଷ୍ଟରେ ଅନୁଭୂତ ଭୂମିକମ୍ପ ୧୬.୫ କିଲୋମଟର ପର୍ଯ୍ୟନ୍ତ ପ୍ରଭାବିତ ହୋଇଥିଲା ବୋଲି ତୁର୍କୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତୁର୍କୀର ଇଜମିର ରିସୋର୍ଟ ସିଟିକୁ ସମୁଦ୍ର ପାଣି ମାଡ଼ି ଆସିଥିଲା ଓ ରାସ୍ତାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ୟୁ.ଏସ୍. ଜିଓଲୋଜିକାଲ୍ ସର୍ଭେ ଅନୁଯାୟୀ ଭୂମିକମ୍ପର ତୀବ୍ରତା ୭ ରହିଥିବା ବେଳେ ,ଏହାର ପ୍ରଭାବ ୧୪ କିଲୋମିଟର ପର୍ଯ୍ୟନ୍ତ ରହିଥିଲା । ତୁର୍କୀ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ଯେ, ଭୂମିକମ୍ପର ତୀବ୍ରତା ୬.୬ ରହିଛି । ତେବେ ଗ୍ରୀସ୍ ସିସମୋଲୋଜିକାଲ୍ ଏଜେନ୍ସି ଏହାର ତ୍ରୀବ୍ରତା ୬.୭ ବୋଲି ଦର୍ଶାଇଛି । ତୁର୍କୀ ଓ ଗ୍ରୀସ୍ ଉଭୟ ଭୂମିକମ୍ପ ପ୍ରବଣ ଜୋନ୍ ରେ ଅବସ୍ଥିତ ।

   Related Posts