ଭୁବନେଶ୍ୱରରୁ ଆଉ ୧୭ କରୋନା ପଜିଟିଭ୍ ଚିହ୍ନଟ, ୧୦ଜଣ ସ୍ଥାନୀୟ ସଂକ୍ରମିତ

Published By : Prameya-News7 Bureau | July 06, 2020 IST

ଭୁବନେଶ୍ୱର, ୦୬|୦୭:  ଭୁବନେଶ୍ୱରରୁ ସୋମବାର ୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି  । ଏହାମଧ୍ୟରୁ ୧୦ ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ୫ଜଣ କ୍ୱାରେଣ୍ଟାଇନରେ ରହିଥିଲେ । ଏହାସହ ୪ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ ମଧ୍ୟ କରିଛନ୍ତି ।

wp:html /wp:html

ଚିହ୍ନଟ ୧୦ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ୨ ଜଣ ହେଉଛନ୍ତି ଡୁମଡୁମା ରଘୁନାଥ ନଗର ବସ୍ତିର ୪୦ ବର୍ଷର ମହିଳା ଓ ୩୦ ବର୍ଷର ଜଣେ ଯୁବକ । ସେହିପରି ପଟିଆ ଗାଁରୁ ଜଣେ ୬୩ ବର୍ଷୀୟ ବୃଦ୍ଧ, ବିଜେପି ନଗର ପାଣିଟାଙ୍କି ବସ୍ତିରୁ ୨୩ ବର୍ଷର ଯୁବକ, ଅନ୍ଧାରୁଆରୁ ୪୮ବର୍ଷୀୟା ମହିଳା, ଶତାବ୍ଦୀ ନଗରରୁ ୨୯ ବର୍ଷୀୟା ଯୁବତୀ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଆହୁରି ମଧ୍ୟ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୩୨ ବର୍ଷର ମହିଳା, ଚକେଇସିଆଣିର ୬୭ ବର୍ଷୀୟ ବୃଦ୍ଧ ଓ ଏକ କେନ୍ଦ୍ରୀୟ ହସ୍ପିଟାଲର ୨୨ ଓ ୨୬ ବର୍ଷର ୨ କର୍ମଚାରୀ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏତତ୍ ବ୍ୟତୀତ ଏକ ଘରୋଇ କୋଭିଡ୍ ହସ୍ପିଚାଲର ୨ କରୋନା ଯୋଦ୍ଧା ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, ରାଜଧାନୀରୁ ଏବେସୁଦ୍ଧା ୪୫୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୭୪ଜଣ ଆରୋଗ୍ୟ ଲାଭ କରିଛନ୍ତି । ୧୬୯ଟି ସକ୍ରିୟ କେସ୍ ଥିବା ବେଳେ ୬ଜଣ ପ୍ରାଣ ହରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.