କଅଁଳ ବୟସରେ କରୋନାକୁ ହରାଇଦେଲେ, ୧୭ ମାସର ଶିଶୁ କନ୍ୟା ଏବେ ସୁସ୍ଥ

Published By : Prameya-News7 Bureau | August 05, 2020 IST

ମାଲକାନଗିରି ୫।୮: କରୋନା ମହାମାରୀକୁ ନେଇ ସମଗ୍ର ବିଶ୍ବ ଏବେ ଆତଙ୍କରେ ଘାରି ହେଉଥିବା ବେଳେ ଏପରି ଭାଇରସକୁ ମାତ୍ ଦେଲେ ମାଲକାନଗିରି ଜିଲ୍ଲାର ୧୭ ମାସର ଶିଶୁ କନ୍ୟା ।

ସୂଚନା ଅନୁସାରେ, ଜୁନିୟର ଇଞ୍ଜିନିୟର ପ୍ରଶାନ୍ତ ବେହେରାଙ୍କ ସ୍ତ୍ରୀ ବିଜୟଲକ୍ଷୀ ସାହୁ ଗତ ୧୬ ତାରିଖ ଦିନ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ୧୭ ତାରିଖ ଦିନ ତାଙ୍କର ଏକମାତ୍ର କୁନି ଝିଅର ମଧ୍ୟ ସ୍ବାବ୍ ପରୀକ୍ଷା କରାଯାଇଥିଲା । ହେଲେ ୧୭ ମାସର ଏହି ଶିଶୁ କନ୍ୟାଟି ମଧ୍ୟ କରୋନା ପଜିଟିଭ ହେବା ପରେ ମାଆ ଓ ଝିଅ ହୋମ୍ ଆଇସୋଲେସନରେ ରହିଥିଲେ । ଦୀର୍ଘ ୨୦ ଦିନରେ ଡାକ୍ତରୀ ଚିକିତ୍ସା ପରେ ଉଭୟ ସୁସ୍ଥ ହୋଇଛନ୍ତି । ସୁସ୍ଥ ହେବା ପରେ ମାଆ ଓ ଝିଆ ପୂର୍ବ ପରି ପରିବାରରେ ସାମିଲ ହୋଇଛନ୍ତି ।

ମାତ୍ର ୧୭ ମାସର ଶିଶୁ କନ୍ୟା କରୋନାକୁ ମାତ୍ ଦେବା ପରେ ଏହା ଚିକିତ୍ସା ବିଜ୍ଞାନରେ ଆଲୋଡନ ସୃଷ୍ଟି କରିଛି । ଯାହାକୁ ନେଇ ମାଆ ବିଜୟଲକ୍ଷୀ ଡାକ୍ତରଙ୍କ ସହ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.