Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମ୍‌ସି କମିଶନର, ପ୍ରେମଚନ୍ଦ୍ର ଚୌଧରୀଙ୍କ ସ୍ଥାନରେ ସଞ୍ଜୟ ସିଂହଙ୍କୁ ଦାୟିତ୍ୱ
  • ||
  • ଡେଲାଙ୍ଗ : କଣାସ ଗାଁ ସମତେ ବଜାରକୁ ୭ଦିନ ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ସଂକ୍ରମଣ ବୃଦ୍ଧିକୁ ଦେଖି ନିଷ୍ପତ୍ତି
  • ||
  • କେନ୍ଦୁଝର ଜେଲ୍‌ରେ ପଶିଲା କରୋନା, ୯ କଏଦୀ କୋଭିଡ଼ ସଂକ୍ରମିତ
  • ||
  • ରକ୍ତମୁଖା ଲାଲ୍‌ବାହିନୀ, ଯବାନଙ୍କୁ ଘରୁ ଟେକି ନେଇ ଗଳାକାଟି କଲେ ହତ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୨୩୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

ଦିଲ୍ଲୀ କାରୋଲ ବାଗ୍ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ; ୧୭ ମୃତ

12/02/2019 at 10:06 AM

ନୂଆଦିଲ୍ଲୀ  ୧୨|୨:  ଦିଲ୍ଲୀ କାରୋଲ ବାଗରେ ଥିବା ଅର୍ପିତ ପ୍ୟାଲେସ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ପୋଡି ହୋଇ ୧୭ ଜଣଙ୍କ ମୃତ୍ୟୁ  । ୪ଘଣ୍ଟାରୁ ଅଧିକ ସମୟ ଧରି ୩୦ଟି ଦମକଳ ଗାଡିର ଚେଷ୍ଟା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଛି । ହୋଟେଲ ଭିତରୁ ଲୋକଙ୍କୁ ଉଦ୍ଧାର କରାଯାଇଛି । ସଟ୍ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଆଜି ବଡି ଭୋରରୁ ହୋଟେଲରେ ନିଆଁ ଲାଗି ଯାଇଥିଲା । ହୋଟେଲ କରିଡରରେ କାଠ ଫ୍ରେମ୍ ବ୍ୟବହାର କରାଯାଇଥିବାରୁ ହୋଟେଲରେ ନିଆଁ ବ୍ୟାପି ଯାଇଥିଲା । ଫଳରେ ହୋଟେଲ ଭିତରେ ଥିବା ଲୋକ ସହଜରେ ବାହାରକୁ ବାହାରି ପାରନଥିଲେ । ହୋଟେଲର କାଚ ଭାଙ୍ଗି ଲୋକଙ୍କୁ ଉଦ୍ଧାର କରା ଯାଇଥିଲା । ତେବେ ଜୀବନ ବଞ୍ଚାଇବା ପାଇଁ ୪ ମହଲାରୁ କିଛି ଲୋକେ ଡେଇଁ ପଡିଥିଲେ ।

   Related Posts