Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ମଣପୁରମ୍‌ ଗୋଲ୍ଡ ଲୋନ୍‌ ବ୍ରାଞ୍ଚରୁ ଲୁଟ୍‌, ୧୭ କେ.ଜି ସୁନା ଏବଂ ପାଞ୍ଚ ଲକ୍ଷ ଟଙ୍କା ନେଇ ଆରାମରେ ଚାଲି ଚାଲି ଗଲେ ଲୁଟେରା

17/07/2021 at 6:55 PM

ଆଗ୍ରା ୧୭/୭: ଆଗ୍ରାରେ ଥିବା ମଣପୁରମ ଗୋଲ୍ଡ ଲୋନ୍‌ କମ୍ପାନୀ ଶାଖାରୁ ଶନିବାର ୧୭ କେଜି ସୁନା ଏବଂ ୫ ଲକ୍ଷ ଟଙ୍କା ଲୁଟ ହୋଇଛି। ସହରର କମଳାନଗରରେ ଥିବା ଏହି କମ୍ପାନୀ ଶାଖାରୁ ଆଜି ଦ୍ବିପ୍ରହର ୧ ଟା ବେଳେ ସଶସ୍ତ୍ର ଲୁଟେରା ପଶି ଲୁଟ କରିଥିବା ଜଣାପଡ଼ିଛି। କର୍ମଚାରୀଙ୍କୁ ବନ୍ଧକ ରଖି ଲୁଟ୍‌ କରିବା ସହ ଚାଲି ଚାଲି ବଡ଼ ଆରାମରେ ଫେରାର ହୋଇଛନ୍ତି ଲୁଟେରା । ଏ ସମସ୍ତ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ବେଳେ ପୋଲିସକୁ ତଦନ୍ତ କରିବାରେ ସହୟତା ମିଳିଛି।

ଯାହାଦ୍ବାରା ପୋଲିସ ଘଟଣାର କିଛି ସମୟ ପରେ ଏତ୍ମାଦପୁରରୁ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଛି। ଦୁଇ ପକ୍ଷର ଗୁଳିବିନିମୟ ବେଳେ ଜଣେ ଅଭିଯୁକ୍ତର ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ଏବେ ସୁଦ୍ଧା ଲୁଟ୍‌କୁ ନେଇ ମିଳିଥିବା ଖବର ମୁତାବିକ, ଶନିବାର ଦ୍ବିପ୍ରହର ୧ଟା ବେଳେ ସଶସ୍ତ୍ର ଲୁଟେରା ପ୍ରଥମେ କମ୍ପାନୀ ଶାଖାରେ ପ୍ରବେଶ କରି କର୍ମଚାରୀଙ୍କୁ ବନ୍ଧକ କରିନେଇଥିଲେ।

ପରେ କିଛି ଗ୍ରାହକ ପାଟି କରିବାକୁ ସେମାନଙ୍କୁ ଗୁଳି କରିବାର ଧମକ ଦେଇ ଚୁପ୍‌ କରାଇଥିଲେ। ଏହା ସହ ସେଠାରେ ଥିବା ସମସ୍ତ ସୁନା ଗହଣା ଏବଂ ଟଙ୍କା ଲୁଟ୍‌ କରି ଚାଲି ଚାଲି ଫେରାର ହୋଇଥିଲେ ଅଭିଯୁକ୍ତ । ସେଠାରେ ସେମାନେ ପ୍ରାୟ ୨୦ ମିନିଟ୍‌ ଥିଲେ ବୋଲି ଜଣାପଡ଼ିଛି । ସେମାନେ ଯିବା ପୂର୍ବରୁ ଅଫିସ୍‌ର ବାହାର ପଟୁ ତାଲା ପକାଇଦେଇଥିଲେ ।

ଭିତରେ ଅଟକ ଥିବା କର୍ମଚାରୀ କୌଣସି ମତେ ସହାୟତା ମାଗି ବାହାରକୁ ଆସିବା ପରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜାଣିବାକୁ ପାଇଥିଲା ୧୭ କିଲୋ ସୁନା ଏବଂ ୫ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି । ପରେ ପୋଲିସ ସହରରରେ ନାକାବନ୍ଦୀ କରି ଅଭିଯୁକ୍ତଙ୍କୁ ଖୋଜିଥିଲା ।

   Related Posts