ଲୋମ ଟାଙ୍କୁରା ଦୃଶ୍ୟ: ୧୭ ଫୁଟର ଅଜଗର ଗାଡିର ବନେଟ୍ ଉପର ଚଢି କରୁଛି ପର୍ଯ୍ୟଟକଙ୍କୁ ଆକ୍ରମଣ, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | October 03, 2019 IST

ଦକ୍ଷିଣ ଆଫ୍ରିକା୩|୧୦: ଦକ୍ଷିଣ ଆଫ୍ରିକାରେ ଏକ ଲୋମ ଟାଙ୍କୁରା ଦୃଶ୍ୟ ନଜର ଆସିଛି। ୧୭ ଫୁଟର ଏକ ଅଜଗର ପର୍ଯ୍ୟଟକଙ୍କ ପିଛା ଛାଡ଼ୁନି। ରାଗରେ ଅଜଗର ପର୍ଯ୍ୟଟକଙ୍କ ବାଟ ଓଗାଳୁଛି। ଏମିତିକି ପର୍ଯ୍ୟଟକଙ୍କୁ ଆକ୍ରମଣ କରିବା ପାଇଁ ଅଜଗର ଉଦ୍ୟମ କରୁଛି। ଏହି ବିଶାଳ ଅଜଗରକୁ ଦେଖି ପାଖରେ ଥିବା ପର୍ଯ୍ୟଟକ ବି ଭୟଭୀତ ହୋଇଯାଇଛନ୍ତି। ସୋସିଆଲ ମିଡ଼ିଆରେ ଏହି ଭିଡିଓ ଦ୍ରୁତଗତିରେ ଭାଇରାଲ ହେଉଛି।

wp:core-embed/youtube {"url":"https://youtu.be/_Xo4FxIhN00","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://youtu.be/_Xo4FxIhN00
/wp:core-embed/youtube

ଏହି ବିଶାଳ ଅଜଗର ପର୍ଯ୍ୟଟକଙ୍କୁ ହଇରାଣ କରୁଥିବା ଦୃଶ୍ୟ ଭିଡିଓରେ ଦେଖି ପାରିବେ। ୧୭ ଫୁଟର ଅଜଗରକୁ ଘଉଡାଇବା ଲାଗି ପର୍ଯ୍ୟଟକ ଅହରହ ଚେଷ୍ଟା କରୁଛନ୍ତି। ହେଲେ ଅଜଗର ବାଟ ହୁଡି ଯିବା ବଦଳରେ ଗାଡିର ବନେଟ୍ ଉପରେ ଚଢ଼ି ପର୍ଯ୍ୟଟକଙ୍କୁ ନାକେଦମ କରି ଦେଇଛି। ବାଧ୍ୟ ପର୍ଯ୍ୟଟକଙ୍କୁ ଅଲଗା ରାସ୍ତାରେ ଯିବାକୁ ପଡୁଛି। ଏପରି ଘଟଣା ଦକ୍ଷିଣ ଆଫ୍ରିକାର ମୋଜାସ୍ବିକରେ ଦେଖିବାକୁ ମିଳିଛି। ଗାଡ଼ି ଯେତେ ପଛକୁ ଯାଉଛି ଅଜଗର ସେତେ ଗାଡ଼ିକୁ ପିଛା କରୁଛି। ଅଜଗର ରାଗି ଗଲେ ସାମ୍ନାରେ ଥିବା ଲୋକମାନଙ୍କର କ୍ଷତି କରି ପାରେ।

wp:core-embed/youtube {"url":"https://youtu.be/azPeEPh_d2s","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://youtu.be/azPeEPh_d2s
/wp:core-embed/youtube

ଇଣ୍ଡୋନେସିଆରେ ଥିବା ପାମ୍ ପ୍ଲାଣ୍ଟେସନ୍‌ରେ ଶୋଇଥିବା ଜଗୁଆଳୀଙ୍କୁ ଅଜଗର ଗିଳି ଦେଇଥିବା ଘଟଣା ସାମ୍ନାକୁ ଆସିଥିଲ। ଏହି  ପ୍ରଜାତିର ଅଜଗର ୨୦ ଫୁଟରୁ ବଡ ହୋଇଥାଆନ୍ତି । ବର୍ମିସ୍‌ ପ୍ରଜାତିର ଏହି ଅଜଗର ବିଶାଳକାୟ ହୋଇଥାଆନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.