ମୁମ୍ବାଇ ଯାଉଥିବା ୧୭ ଓଡିଆ ଯୁବତୀ ଉଦ୍ଧାର, ଯୁବତୀ ଚାଲାଣ ସନ୍ଦେହ

Published By : Prameya-News7 Bureau | May 01, 2019 IST

ରାଜମଣ୍ଡ୍ରି ୧|୫: ଓଡିଶାରୁ ମୁମ୍ବାଇ ଯାଉଥିବା ୧୭ ଜଣ ଯୁବତୀଙ୍କୁ ଆନ୍ଧ୍ର ପ୍ରଦେଶ ରାଜମଣ୍ଡ୍ରି ଷ୍ଟେସନରୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ଓଡିଶା ମହିଳା ଆୟୋଗଙ୍କ ନିକଟକୁ ପଠାଇଦିଆଯାଇଛି । ଆଇସିଡିଏସ ଏବଂ ଆନ୍ଧ୍ରପ୍ରଦେଶ ମହିଳା କମିଶନର ତତ୍ତ୍ବାବଧାନରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ଯୁବତୀଙ୍କୁ କୋଣାର୍କ ଏକ୍ସପ୍ରେସ ରୁ ଉଦ୍ଧାର କରିବା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଓଡିଶା ପଠାଯାଇଛି ।

ସୂଚନା ଅନୁସାରେ, ଭୁବନେଶ୍ବରରୁ ମୁମ୍ବାଇ ଯାଉଥିବା ‘କୋଣାର୍କ ଏକ୍ସପ୍ରେସ୍‌’ରେ ଯାଉଥିବା ଜଣେ ଯାତ୍ରୀ ଚାଇଲ୍ଡ ଲାଇନ୍ କୁ ଫୋନ୍ କରି କହିଥିଲେ ଯେ, ୧୭ ଯୁବତୀ ମୁମ୍ବାଇ ଯାଉଛନ୍ତି । ଯୁବତୀ ଚାଲାଣ ହେଉଥିବା ସନ୍ଦେହ ହେଉଛି ବୋଲି ସଂପୃକ୍ତ ବ୍ୟକ୍ତି କହିଥିଲେ । ଏହାପରେ ଆନ୍ଧ୍ର ପ୍ରଦେଶ ମହିଳା କମିଶନ ଏବଂ ଆଇସିଡିଏସ୍ ଅଧିକାରୀ ସେଠାରେ ପହଞ୍ଚିଥିଲେ । ସାମଲାକୋଟା ରେଳ ଷ୍ଟେସନରେ  ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ଏଥିରେ ସେ ଅସଫଳ ହୋଇଥିଲେ । ଫଳରେ ରାଜମଣ୍ଟ୍ରି ରେଲଓ୍ବେ ଷ୍ଟେସନରୁ ଉଦ୍ଧାର କରାଯାଇଥିଲା । ସେମାନେ ୨୭ତାରିଖରେ କୋଣାର୍କ ଏକ୍ସପ୍ରେସ ଯୋଗେ ଓଡିଶାରୁ ମୁମ୍ବାଇ ଯାଉଥିଲେ ।

ଚାଇଲ୍ଡ ଲାଇନ୍ ଠାରୁ ସୂଚନା ପାଇବା ପରେ ଆନ୍ଧ୍ର ପ୍ରଦେଶ ମହିଳା କମିଶନ ୧୭ଯୁବତୀଙ୍କୁ ଉଦ୍ଧାର କରି ଓଡିଶା ମହିଳା ଆୟୋଗଙ୍କୁ ନିକଟକୁ ପଠାଇଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.