ଗୋଟିଏ ଚୋର ପାଇଁ ୧୭ ପୋଲିସ କର୍ମଚାରୀ କ୍ଵାରେଣ୍ଟାଇନରେ

Published By : Prameya-News7 Bureau | April 09, 2020 IST

ନୂଆଦିଲ୍ଲୀ ୦୯।୦୪: ଗିରଫ ଜଣେ ଚୋର ପାଇଁ ୧୭ ପୋଲିସ କର୍ମଚାରୀ ଏବେ କ୍ଵାରେଣ୍ଟାଇନରେ। ଏହି ଘଟଣା ପଞ୍ଜାବର ଲୁଧିଆନାରେ ଘଟିଛି। ଗାଡି ଚୋର କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ଲୁଧିଆନାରେ ୧୭ ପୋଲିସକର୍ମୀ ଗୁରୁବାର କ୍ଵାରେଣ୍ଟାଇନରେ ଅଛନ୍ତି।  ସ୍ଥାନୀୟ ଫୋକାଲ ପଏଣ୍ଟ ପୋଲିସ ଷ୍ଟେସନର ଷ୍ଟେସନ ହାଉସ୍(ଏସଏଚଓ) ଗାଡି ଚୋର ୨୫ ବର୍ଷୀୟ ସୌରଭ ସେହଗଲ ଧରା ପଡିବା ପରେ  କ୍ଵାରେଣ୍ଟାଇନରେ ଅଛନ୍ତି। ଏପ୍ରିଲ ୫ରେ ସେହଗଲକୁ ପୋଲିସ ଗିରଫ କରି କୋର୍ଟରେ ହଜାର କରାଇଥିଲା। ଏହା ପରେ ଗୋଟିଏ ଦିନ ପାଇଁ ତାକୁ ଜୀବନ ନଗର ପୋଲିସ ଷ୍ଟେସନରେ ରଖାଯାଇଥିଲା।

ଦୁଇ ସ୍ଥାନୀୟ ଲୋକ ସେହଗଲକୁ ଗିରଫ କରିବାରେ ପୋଲିସକୁ ସାହାଯ୍ୟ କରିଥିଲେ। ଚୋର କରୋନା ପଜିଟିଭ୍ ଚିହ୍ନଟ  ହେବା ପରେ ସହରର ଗଣେଶ ନଗରରେ ତାର ୧୧ ଜଣ ସଦସ୍ୟଙ୍କୁ ମଧ୍ୟ କ୍ଵାରେଣ୍ଟାଇନରେ ରଖାଯାଇଛି।

ଏପ୍ରିଲ ୬ରେ ମାଜିଷ୍ଟ୍ରେଟ୍ ସେହଗଲ ଜ୍ଵର, କାଶରେ ପୀଡିତ ଥିବା ଜାଣିବାକୁ ପାଇବା ପରେ ସେହଗଲ ସହ ଅନ୍ୟ ଏକ ଚୋରଙ୍କୁ ବିଚାର ବିଭାଗୀୟ ହାଜତ ପଠାଇବା ପୂର୍ବରୁ ଡାକ୍ତରୀ ପରୀକ୍ଷା ପାଇଁ ମେଡିକାଲ ପଠାଇଥିଲେ। ଚୋର କରୋନା ଚିହ୍ନଟ ହେବା ପରେ ମାଜିଷ୍ଟ୍ରେଟ୍ ଏବଂ କୋର୍ଟର କର୍ମଚାରୀଙ୍କୁ ମଧ୍ୟ ସେଲ୍ଫ ଆଇସୋଲେସନରେ ରହିବାକୁ କୁହାଯାଇଛି।

ପୋଲିସ ସେହଗଲର ଅନ୍ୟ ଏକ ସାଥୀ ୨୫ ବର୍ଷୀୟ ନଭଜୋତ ସିଂହର ସନ୍ଧାନରେ ଅଛି। ଝଲବେଓ୍ଵାଲର ବାସିନ୍ଦା ନଜଭୋତ ମଧ୍ୟ ଚୋରି ଘଟଣାରେ ସାମିଲ ଥିଲା। ହେଲେ ଡାକ୍ତରୀ ପରୀକ୍ଷା କରାଇବା ପାଇଁ ସିଭିଲ୍  ହସ୍ପିଟାଲ ନେବା ବେଳେ ସେ କୌଶଳ କ୍ରମେ ଫେରାର ମାରିଛି। ତା ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତା ଧାରା ୨୨୪ ଆଧାରରେ ମାମଲା ରୁଜୁ କରାଯାଇଛି।

ଉଲ୍ଲେଖଯୋଗ୍ୟ  ଜୀନବ ନଗର ପୋଲିସ ଷ୍ଟେସନର ୧୦ ଜଣ ପୋଲିସ କର୍ମୀ ସମେତ ୩ ଏଏସଆଇ, ୨ ଜଣ ହେଡ୍ କନଷ୍ଟେବଳ, ୨ କନଷ୍ଟେବଳ ଏବଂ ୨  ହୋମ ଗାର୍ଡ ସେହଗଲ ସଂସ୍ପର୍ଶରେ ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.