ଜଗନ୍ନାଥ ମନ୍ଦିର ପରିସରରୁ ୧୭ଟି ନାଗ ସାପ ଉଦ୍ଧାର : କେନ୍ଦ୍ରାପଡ଼ା

Published By : Prameya-News7 Bureau | September 11, 2018 IST

କେନ୍ଦ୍ରାପଡା ୧୧/୯ : କେନ୍ଦ୍ରାପଡ଼ା ଜିଲ୍ଲା କୋର ଗ୍ରାମର ଜଗନ୍ନାଥ ମନ୍ଦିର ପରିସରରୁ ୧୭ ଗୋଟି ନାଗ ସାପ ଉଦ୍ଧାର ହୋଇଛି | ମନ୍ଦିର ପରିସରରେ ଏକ ନାଗସାପ କିଛି ଦିନ ହେବ ଚଳପ୍ରଚଳ ହେଉଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ | ତେବେ ଆଜି ସକାଳୁ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ହନୁମାନ ମନ୍ଦିର ଭିତରେ କିଛି ନାଗ ସାପ ଦେଖି ବାକୁ ପାଇଥିଲେ | ଖବର ପାଇ ସ୍ନେକ ହେଲ୍ପ ଲାଇନ କର୍ମଚାରୀ ମନ୍ଦିରରେ ପହଂଚି ଗୋଟିଏ ଜାଗାରୁ ୧୭ ଗୋଟି ନାଗସାପ ଉଦ୍ଧାର କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.