ଜଳୁଛି ଭୁବନେଶ୍ୱର, ୧୭ ସହରରେ ୩୫ ଡିଗ୍ରୀ ପାର ତାପମାତ୍ରା

Published By : Prameya-News7 Bureau | February 26, 2021 IST

ଭୁବନେଶ୍ୱର,୨୬/୦୨: ତିନିଦିନଧରି ଭୁବନେଶ୍ୱର ଦେଶର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି । ଦୁଇଦିନର ରେକର୍ଡକୁ ଭାଙ୍ଗି ଆଜି ଭୁବନେଶ୍ୱରରେ ୪୦.୦୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ମୁଣ୍ଡଫଟା ଖରା ରାଜଧାନୀବାସୀଙ୍କୁ ନାକେଦମ୍‌ କଲାଣି । ଏଥିସହିତ ରାଜ୍ୟର ୧୭ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ପହଞ୍ଚିଛି ।

କଟକରେ ୩୭.୨ ତାପମାତ୍ରା ରହିଥିବା ବେଳେ ଆନୁଗୋଳରେ ୩୮.୧ ଡିଗ୍ରୀ ସେଲ୍‌ସିୟସ୍‌, ବାରିପଦାରେ ୩୮.୧ ଡିଗ୍ରୀ ସେଲ୍‌ସିୟସ୍‌, ବଲାଙ୍ଗୀରରେ ୩୮ ଡିଗ୍ରୀ ସେଲ୍‌ସିୟସ୍‌, ସୋନପୁରରେ ୩୭.୨ ଡିଗ୍ରୀ ସେଲ୍‌ସିୟସ୍‌, ନୟାଗଡ଼ରେ ୩୮ ଡିଗ୍ରୀ ସେଲ୍‌ସିୟସ୍‌, ଚାନ୍ଦବାଲିରେ ୩୭.୨ ଡିଗ୍ରୀ ସେଲ୍‌ସିୟସ୍‌, ଝାରସୁଗୁଡ଼ାରେ ୩୭ ଡିଗ୍ରୀ ସେଲ୍‌ସିୟସ୍‌ ଏବଂ ସୁନ୍ଦରଗଡ଼ରେ ୩୬ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଭବାନୀପାଟଣାରେ ୩୭.୫ ଡିଗ୍ରୀ ସେଲ୍‌ସିୟସ୍‌, ସମ୍ୱଲପୁରରେ ୩୭.୧ ଡିଗ୍ରୀ ସେଲ୍‌ସିୟସ୍‌ ଏବଂ ରାୟଗଡ଼ାରେ ୩୧.୫ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି ।

ପାଣିପାଗ ବିଭାଗ ଅନୁମାନ ଲଗାଇଛି ଯେ,  ତାତି ଆହୁରି ବଢ଼ିବ । ବର୍ତ୍ତମାନ ଓଡ଼ିଶା ଉପରେ ଅର୍ଥାତ ଭୁବନେଶ୍ୱର ପାଖାପାଖି ଏକ ଗୁରୁଚାପ ବଳୟ ରହିଛି । ଜଳୀୟବାଷ୍ପ ପରିମାଣ ୨୦% ପାଖାପାଖି କମ୍‌ ରହୁଛି । ତେଣୁ ଭୂପୃଷ୍ଠ ପୂରା ଉତ୍ତପ୍ତ ରହୁଛି । ସେଥିପାଇଁ ଭୁବନେଶ୍ୱରରେ ତାପମାତ୍ରା ସବୁଠୁ ଅଧିକ ଅଛି। ୨/୩ ଦିନ ହେବ ଲଗାତାର ତାପମାତ୍ରା ବଢ଼ୁଛି । ଉପକୂଳରୁ ଆଭ୍ୟନ୍ତରୀଣ ଅଞ୍ଚଳ ପର୍ଯ୍ୟନ୍ତ ସବୁଠି ଅସମ୍ଭାଳ ଗରମ ଅନୁଭୂତ ହେଉଛି । ଦିନକ ଭିତରେ ରାଜଧାନୀ ତାପମାତ୍ରା ୨ ଡିଗ୍ରୀ ବଢ଼ିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.