ତତଲା କଡେଇରେ ଓଡିଶା : ଆଜିବି ଭୁବନେଶ୍ବର ରାଜ୍ୟର ସବୁଠୁ ଉତ୍ତପ୍ତ ସହର

Published By : Prameya-News7 Bureau | April 25, 2021 IST

ଭୁବନେଶ୍ବର ୨୫/୦୪ : ଗୋଟିଏ ପଟେ ରାଜ୍ୟରେ କରୋନା ପ୍ରକୋପ ବଢୁଛି ଅନ୍ୟପଟେ ତାତିରୁ ମିଳୁନି ତ୍ରାହି । ରବିାର ମଧ୍ୟ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ବର । ୪୩.୨ ଡିଗ୍ରୀ ସହିତ ଭୁବନେଶ୍ବର ରାଜ୍ୟ ସବୁଠାରୁ ଉତ୍ତପ୍ତ ସହର । ଏହା ସହିତ ରାଜ୍ୟର ୧୭ଟି ସହର ତାପମାତ୍ରା ୪୦ଡିଗ୍ରୀ ପାର କରିଛି ।

wp:embed {"url":"https://twitter.com/mcbbsr/status/1386315025502007298","type":"rich","providerNameSlug":"twitter","responsive":true,"className":""}
https://twitter.com/mcbbsr/status/1386315025502007298
/wp:embed

ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ବାୟୁ ପ୍ରଭାବରେ ରାଜ୍ୟରେ ଦିନ ତାପମାତ୍ରାରେ ବୃଦ୍ଧି ଘଟିଛି, ପ୍ରଭାବରେ, ନୟାଗଡ, କଟକ ଏବଂ ଖୋର୍ଦ୍ଧା (ଭୁବନେଶ୍ୱର ସହିତ) ଜିଲ୍ଲାକୁ ୟେଲୋଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହା ସହିତ ବୟସ୍କ, ଶିଶୁ ଏବଂ ରୋଗୀଙ୍କୁ ବାହାରକୁ ନବାହାରିବାକୁ ନିବେଦନ କରାଯାଇଛି । ଅତି ଜରୁରୀ ନହେଲେ ଦିନ ୧୧ଟାରୁ ୩ଟା ଯାଏ ସର୍ବସାଧାରଣଙ୍କୁ ବାହାରକୁ ଯିବାକୁ ବାରଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.