Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବେଆଇନ ଗୋରୁ ଚାଲାଣ ବେଳେ ୬୧ ଗୋରୁ ଜବତ, ୧୭ ଗିରଫ

31/05/2021 at 11:14 AM

ତେଲକୋଇ ୩୧।୫: ବେଆଇନ ଗୋରୁ ଚାଲାଣ ବେଳେ ୭ ପିକଅପ୍ ଭ୍ୟାନ୍ ସହ ୧୭ ଗିରଫ । ରବିବାର ବିଳମ୍ବିତ ରାତିରେ ପାଟ୍ରୋଲିଂ ସମୟରେ ତେଲକୋଇ ପୋଲିସ ଗୋରୁ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କରିଛି । ୬୧ ଗୋରୁଙ୍କୁ ଉଦ୍ଧାର କରିବା ସହ ୧୭ ଜଣଙ୍କୁ ଗିରଫ କରିଛି । ଦୁଇଟି ଗାଈର ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି ।

ରବିବାର ରାତି ସମୟରେ ତେଲକୋଇ ବଜାରରେ ଚେକିଂ ଚାଲିଥିବା ବେଳେ ପିକଅପ୍ ଭ୍ୟାନଗୁଡିକ ତେଲକୋଇ ଦେଇ ଯାଉଥିବାବେଳେ ଅଟକାଇ ଥିଲା ପୋଲିସ । ଗାଡି ଭିତରେ ଗୋରୁଗୁଡିକର ଗୋଡକୁ ବନ୍ଧା ଅବସ୍ଥାରେ ବୋଝେଇ ହୋଇଥିବା ଦେଖିବାକୁ ପାଇଥିଲା  । ତାପରେ ଗାଡି ସହ ଗୋରୁଗୁଡିକୁ ଉଦ୍ଧାର କରି ନିଜ ହେପାଜତରେ ରଖିଛି ପୋଲିସ ।

ଏହାସହିତ ୭ଟି ପିକଅପ୍ ଭ୍ୟାନ୍ ସହ ୭ ଜଣ ଡ୍ରାଇଭରଙ୍କ ସହ ଅନ୍ୟ ୧୦ ଜଣ ଗୋରୁ ବେପାରୀଙ୍କୁ ଗିରଫ କରିଛି ପୋଲିସ  । ତେଲକୋଇ ଥାନା ଅନ୍ତର୍ଗତ ଛାମୁଣ୍ଡା ଗାଁରୁ ମୟୂରଭଞ୍ଜ ଜିଲ୍ଲାର ହାଟବାଦଲାକୁ ଗୋଚାଲାଣ ହେଉଥିବା ଜଣାପଡିଛି ।

   Related Posts