ମୁରାଦାବାଦ ଡାକ୍ତର ଟିମ୍ ଉପରେ ଆକ୍ରମଣ: ରାତି ୩ଟା'ରେ ଚାଲିଲା କୋର୍ଟ, ସକାଳ ସାଢେ ୫ରେ ଜେଲ ଗଲେ ୧୭ ପଥର ଫିଙ୍ଗାଳି

Published By : Prameya-News7 Bureau | April 17, 2020 IST

ମୁରାଦାବାଦ, ୧୭|୦୪:  ମୁରାଦାବାଦରେ କରୋନା ମୁକାବିଲା କରୁଥିବା ଡାକ୍ତର, ପୋଲିସ କର୍ମୀଙ୍କୁ ଟିମକୁ ଇଟା ପଥର ମାଡ ସହ ଭଙ୍ଗାରୁଜା କରିବା ଅଭିଯୋଗରେ ଗିରଫ ହୋଇଥିବା ୧୭ ପଥର ଫିଙ୍ଗାଳିଙ୍କୁ ଆଜି ରାତି ୩ଟାରେ କୋର୍ଟରେ ହାଜର କରାଯାଇଥିଲା । ଶୁଣାଣି ପରେ କୋର୍ଟ ସେମାନଙ୍କୁ ୧୪ଦିନିଆ ରିମାଣ୍ଡରେ ପଠାଇଛନ୍ତି । ସକାଳ ସାଢେ ୫ଟାରେ ଏମାନଙ୍କୁ ଜେଲ ପଠାଯାଇଥିଲା । ଏହି କାମ ପାଇଁ ପୋଲିସ, ପ୍ରଶାସନ ରାତି ସାରା ଉଜାଗର ରହିଥିଲେ । ଏପରି କମ ଦେଖିବାକୁ ମିଳେ ଯେତେବେଳେ ଏତେ ସକାଳେ କାହାର ଶୁଣାଣି ହୋଇଥାଏ ।

ନବାବପୁରାରେ ମେଡିକାଲ ଓ ପୋଲିସ ଟିମ ଉପରେ ଆକ୍ରମଣ କରିଥିବା ୧୭ଜଣଙ୍କୁ ପୋଲିସ ଗିରଫ କରି ତତ୍କାଳ କୋର୍ଟରେ ହାଜର କରିଥିଲା । କୋର୍ଟ ମଧ୍ୟ ମାମଲାର ଗୁରୁତ୍ୱକୁ ବୁଝିଥିଲେ । ସକାଳ ୩ଟାରେ ମାଜିଷ୍ଟ୍ରେଟଙ୍କ ଘରେ ଏହି ମାମଲାର ଶୁଣାଣି ଚାଲିଥିଲା । କୋର୍ଟ ୭ ମହିଳାଙ୍କ ସମେତ ୧୭ ଅଭିଯୁକ୍ତଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ଏବେ ସେମାନେ ଜେଲରେ ରହିବେ । ପୋଲିସ ମଧ୍ୟ ସକାଳ ସାଢେ ୫ଟାରେ ସମସ୍ତ ଅଭିଯୁକ୍ତଙ୍କୁ ଜେଲ ପଠାଇ ଦେଇଥିଲା । ସମସ୍ତ ଅଭିଯୁକ୍ତଙ୍କୁ ଜଲରେ କ୍ୱାରେଣ୍ଟାଇନରେ ରଖାଯିବ । ସେମାନଙ୍କୁ ଅନ୍ୟ କଏଦୀଙ୍କଠାରୁ ପୃଥକ ରଖାଯିବ ।

{"id":255566,"sizeSlug":"large"}

ସୂଚନାଯୋଗ୍ୟ, ନାଗଫଣି ଥାନା ନବାବପୁରାରେ ଗତ ବୁୁଧବାର ଦିନ ପୋଲିସ ଓ ମେଡିକାଲ ଟିମ୍ କିଛି ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନରେ ପଠାଇବାକୁ ଯାଇଥିଲେ । ସେହି ସମୟରେ ଟିମ୍ ଉପରେ ଆକ୍ରମଣ ହୋଇଥିଲା । ଏହି ଅଞ୍ଚଳର ଜଣେ ବ୍ୟକ୍ତି କରୋନାରେ ପ୍ରାଣ ହରାଇଥିବାରୁ ସମସ୍ତଙ୍କୁ କ୍ୱାରେଣ୍ଟାଇନ କରାଯାଇଥାନ୍ତା । ତେବେ ସେଠାକର କିଛି ମହିଳା ଓ ପୁରୁଷ ଟିମ୍ ଉପରେ ଇଟା, ପଥର ମାଡ କରିଥିଲେ । ଏଥିରେ ଜଣେ ଡାକ୍ତର, ଫାର୍ମାସିଷ୍ଟ ଓ ୬ ସ୍ୱାସ୍ଥ୍ୟ କର୍ମୀ ଆହତ ହୋଇଥିଲେ । କିଛି ପୋଲିସ କର୍ମୀଙ୍କୁ ମଧ୍ୟ ଆଘାତ ଲାଗିଥିଲା । ଏହାପରେ ପୋଲିସ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଫାୟାରିଂ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.