ଅଦା ବୋଝେଇ ଟ୍ରକ୍‌ରୁ ୧୭.୫କ୍ବିଣ୍ଟାଲ ଗଞ୍ଜେଇ ଜବତ, ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ

Published By : Prameya-News7 Bureau | March 12, 2021 IST

କୋରାପୁଟ ୧୨।୩: ପୋଲିସ ଦ୍ବାରା କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ କରାଯାଇଛି । ପଟ୍ଟାଙ୍ଗୀ ବ୍ଲକର ପଟ୍ଟାଙ୍ଗୀ ଓ ଦେଓପଟ୍ଟାଙ୍ଗୀରୁ ବିହାର ଯାଉଥିବା ଏକ ଅଦା ବୋଝେଇ ଟ୍ରକ୍ ରୁ କୋରାପୁଟ ପୋଲିସ ୧୭.୫ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ବିହାରର ଦୁଇ ଜଣ ବ୍ୟକ୍ତି ଓ ଛଅ ଜଣ ସ୍ଥାନୀୟ ଯୁବକଙ୍କୁ ଗିରଫ କରିଛି । ସେମାନେ ବ୍ୟବହାର କରିଥିବା ଟ୍ରକ୍, ବୋଲେରୋ, କାର୍ ଓ ଏକ ମଟର ସାଇକଲକୁ ଜବତ କରିଛି ।

{"id":421809,"sizeSlug":"large","linkDestination":"none"}

ସେହିପରି ସେମିଳିଗୁଡା ବ୍ଲକ ଅନ୍ତର୍ଗତ କୁତୁଗାଁ ଛକଠାରେ ଏକ ପିଚୁ ଟ୍ୟାଙ୍କର  ମଧ୍ୟରୁ ସେମିଳିଗୁଡା ପୋଲିସ ୬.୭୫ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହିତ  ବିହାରର ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ଏହି ଅଭିଯୁକ୍ତମାନେ ପଟ୍ଟାଙ୍ଗୀରୁ ବିହାରକୁ ଗଞ୍ଜେଇ ଚାଲାଣ କରିବା ପାଇଁ ଯାଉଥିଲେ ବୋଲି ପୋଲିସ କହିଛି । ଉଭୟ କୋରାପୁଟ ଓ ସେମିଳିଗୁଡ଼ାରେ ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.