Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଶୋଇବା ଘରୁ ମିଳିଲା ୧୬ ବର୍ଷୀୟା ଯୁବତୀଙ୍କ ମୃତ ଦେହ, ସନ୍ଦେହ ଘେରରେ ସାବତ ମା’

17/05/2021 at 7:41 PM

ଢେଙ୍କାନାଳ, ୧୭/୫ : ଶୋଇବା ଘରୁ ଅତି ରହସ୍ୟ ଜନକ ଭାବେ ଜଣେ ୧୬ବର୍ଷର ନାବଳିକାର ମୃତ ଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପାଖରେ ଶୋଇଥିବା ସାବତ ମା ର ଭୂମିକା ନେଇ ସନ୍ଦେହ ଘେରକୁ ଆସିଛି ।

ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଆଣ୍ଠୁକୁଡ଼ା କାଟେଣି ଗ୍ରାମରେ ଏପରି ଘଟଣା ଘଟିଛି । ଖବର ପାଇ ଗଁନ୍ଦିଆ ପୁଲିସ ମୃତ ନାବଳିକାର ଶବ ଜବତ କରି ତଦନ୍ତ କରିବା ସହ ବ୍ୟବଛେଦ ପାଇଁ ପଠାଇଛି । ମୃତ ନାବାଳିକା ଜଣଙ୍କ ଉକ୍ତ ଗ୍ରାମର ନିରଞ୍ଜନ ନାୟକଙ୍କ ୧୬ବର୍ଷର ଝିଅ ଅର୍ଚ୍ଚନା ନାୟକ ବୋଲି ଜଣାପଡିଛି । ମୃତ ଅର୍ଚ୍ଚନା ଯୁକ୍ତ ଦୁଇର ଛାତ୍ରୀ ବୋଲି ଜଣାପଡିଛି । ମୃତ ଅର୍ଚନାଙ୍କ ବେକରେ ଅନେକ ଶକ୍ତ ଦାଗ ଥିବା ଦେଖାଯାଇଛି ।

ତେବେ ଗତ ରାତିରେ ଅର୍ଚନା ତାଙ୍କ ସାବତ ମା ସରୋଜିନିଙ୍କ ସହ ଶୋଇବାଘରେ ଶୋଇଥିଲେ । ମାତ୍ର ଆଜି ତାଙ୍କର ମୃତଦେହ ଶୋଇବାଘରେ ପଡ଼ିଥିବା ସାବତ ମା ସରୋଜିନୀଙ୍କ ଭୂମିକାକୁ ନେଇ ହତ୍ୟା ସନ୍ଦେହ କରାଯାଇଛି । ତେବେ ଅର୍ଚନାଙ୍କ ବାପା ନିରଞ୍ଜନ ଦୁବାଇରେ ରହି କାମ କରନ୍ତି । ଫଳରେ ଅର୍ଚନାଙ୍କ ଭିଣୋଇ ଅର୍ଚନାଙ୍କୁ ମାରି ଦିଆଯାଇଛି ବୋଲି ଗଁନ୍ଦିଆ ଥାନାରେ ଅଭିଯୋଗ କରିଛନ୍ତି । ଗଁନ୍ଦିଆ ପୁଲିସ ସାବତ ମା ସରୋଜିନୀଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

   Related Posts