Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

୧୬ ବର୍ଷ ବୟସ୍କ ଝିଅକୁ ଦୁଷ୍କର୍ମ ଅଭିଯୋଗରେ ବାପା ଗିରଫ; ନାବାଳିକା ଏବେ ୫ମାସର ଗର୍ଭବତୀ

12/11/2018 at 2:33 PM

ଥାନେ ୧୨/୧୧ : ୧୬ ବର୍ଷ ବୟସ୍କା ନାବାଳିକାକୁ ଗତ ଦୁଇ ବର୍ଷ ହେଲା ଦୁଷ୍କର୍ମ କରୁଥିଲା ବାପା | ନାବାଳିକା ଜଣକ ଏବେ ୫ ମାସର ଗର୍ଭବତୀ | ୫ମାସ ପରେ ଭାଇ ଜାଣିବାକୁ ପାଇଲା ଯେ ଭଉଣୀ ଗର୍ଭବତୀ | ଘଟଣାଟି ମୁମ୍ବାଇ ଥାନେ ଅଂଚଳର |

୫୨ ବର୍ଷ ବୟସ୍କ ଅଭିଯୁକ୍ତ ବାପାକୁ ବୁଧବାର ଦିନ ପୋଲିସ ଗିରଫ କରିଛି | ପୋଲିସ ସୂଚନା ଅନୁଯାୟୀ, ଝିଅ ତା ବାପା ଏବଂ ଭାଇ ସହ ଥାନେରେ ରୁହନ୍ତି | ବାପା ଗୋଟିଏ ଦୋକାନରେ କାମ କରନ୍ତି | ଭାଇ ଏକ ଘରୋଇ କମ୍ପାନୀରେ କାମ କରନ୍ତି | ନାବାଳିକାଙ୍କ ଭାଇ କିଛି ଦିନ ହେବ ଅନୁମାନ କରୁଥିଲେ ଯେ, ତାଙ୍କ ଭଉଣୀର ପ୍ରାୟ ସବୁବେଳେ ପେଟରେ ଯନ୍ତ୍ରଣା ହେଉଛି | ସେଥିପାଇଁ ସେ ଭଉଣୀଙ୍କୁ ସୋମବାର ଦିନ ଏକ ହସ୍ପିଟାଲକୁ ନେଇଥିଲେ | ସେଠାରେ ଡାକ୍ତର ଦେଖିବା ପରେ କହିଥିଲେ ଯେ ତାଙ୍କ ଭଉଣୀ ଗର୍ଭବତୀ ଅଛନ୍ତି | ଘଟଣା ସମ୍ପର୍କରେ ଯୁବକ ସ୍ଥାନୀୟ ପୋଲିସରେ ଏକ ମାମଲା ରୁଜ୍ଜୁ କରିଥିଲେ |

ମାମଲା ରୁଜ୍ଜୁ ପରେ ଥାନାରେ ମହିଳା ପୋଲିସ କର୍ମଚାରୀ ନାବାଳିକାଙ୍କୁ ଏହିସବୁ ଘଟଣା ସମ୍ପର୍କରେ ପଚାରିଥିଲେ | ତେବେ ନାବାଳିକା କହିଥିଲେ ଯେ, ଗତ ଦୁଇବର୍ଷ ହେଲା ତାଙ୍କ ବାପା ତାଙ୍କ ସହିତ ଦୁଷ୍କର୍ମ କରିଆସୁଛନ୍ତି | ୨୦୧୬ ମସିହାରେ ତାଙ୍କ ମାଙ୍କ ମୃତ୍ୟୁ ହୋଇଥିଲା | ମାଙ୍କ ମୃତ୍ୟୁ ପରଠାରୁ ଅଭିଯୁକ୍ତ ବାପା ତାଙ୍କ ସହ ଦୁଷ୍କର୍ମ କରୁଥିବା ନାବାଳିକା ପୋଲିସ ଆଗରେ କହିଥିଲେ | ତେବେ କାହାକୁ ଏସବୁ କଥା କହିଲେ ଭାଇ ଭଉଣୀ ଦୁଇଜଣଙ୍କୁ ଘରୁ ବାହାର କରିଦେବେ ବୋଲି କହି ଅଭିଯୁକ୍ତ ବାପା ତାଙ୍କୁ ସବୁବେଳେ ଧମକାଉଥିଲେ ବୋଲି ନାବାଳିକା କହିଛନ୍ତି |
ଅଭିଯୁକ୍ତ ବାପା ନାଁରେ ପୋକସୋ ଆକ୍ଟ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି | ତେବେ ପୋଲିସ ବାପାର ଡାକ୍ତରୀ ମାଇନା କରାଇଛି | ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି | ତେବେ ପୀଡିତାଙ୍କୁ ପୋଲିସ ହସ୍ପିଟାଲରେ ଭର୍ତ୍ତି କରାଇଛି | ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲନଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି |

   Related Posts