Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ଏବେ ଏତେ ବଦଳିଯାଇଛନ୍ତି ବଲିଉଡ୍ ‘ଦାମିନୀ’ ମିନାକ୍ଷୀ ଶେଷାଦ୍ରୀ, ତାଙ୍କୁ ଚିହ୍ନିବା ବି କଷ୍ଟ

16/11/2019 at 8:18 PM

ଏକଦା ବଲିଉଡ୍ ସୁପରହିଟ୍ ଅଭିନେତ୍ରୀ ମିନାକ୍ଷୀ ଶେଷାଦ୍ରୀ ଏବେ ତାଙ୍କ ସ୍ୱାମୀ ଓ ପିଲାଙ୍କ ସହ ଆମେରିକା ଟେକ୍ସାସରେ ରହୁଛନ୍ତି। ୯୦ ଦଶମକର ଶେଷଭାଗ ବେଳକୁ ମୀନାକ୍ଷୀ ବଲିଉଡ ଛାଡିଥିଲେ। ତାଙ୍କର ଏଭଳି ଅପ୍ରତ୍ୟାସିତ ନିଷ୍ପତ୍ତି ଯୋଗୁ ନିର୍ମାଣାଧୀନ ଫିଲ୍ମ ‘ଦୋ ରାହେ’ ଅଧାରେ ଅଟକି ଯାଇଥିଲା। ଯାହାକୁ ପରେ ନିର୍ମାତା ସମ୍ପୁର୍ଣ୍ଣ ମଧ୍ୟ କରିନଥିଲେ। ତେବେ ଇଣ୍ଡଷ୍ଟ୍ରି ଛାଡିବା ପରେ ମିନାକ୍ଷୀ ଦ୍ୱିତୀୟବାର କେବେ ବଲିଉଡକୁ ମୁହଁ ଫେରାଇ ଅନାଇନାହାନ୍ତି। ହେଲେ ନିକଟରେ ସୋସାଲ ମିଡିଆର କିଛି ପୋଷ୍ଟ ତାଙ୍କୁ ନେଇ ନୂଆ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି।

ପ୍ରଥମେ ସୁଯୋଗ ଦେଇଥିଲେ ମନୋଜ କୁମାର
ମାତ୍ର ୧୭ ବର୍ଷ ବୟସରେ ମିନାକ୍ଷୀ ଦେଶର ସର୍ବ କନିଷ୍ଠା ‘ମିସ୍ ଇଣ୍ଡିଆ’ ଟାଇଟଲ ଜିତି ସାରା ଦେଶରେ ଚହଳ ପକାଇଥିଲେ। କୌଣସି ଖବରକାଗଜରେ ତାଙ୍କର ଫଟୋ ଦେଖି ମନୋଜ କୁମାର ତାଙ୍କୁ ନିଜର ଆଗାମୀ ଫିଲ୍ମ ‘ପେଣ୍ଟର ବାବୁ’ ନିମନ୍ତେ ନାୟିକା କରିବାକୁ ମନସ୍ତ କରିଥିଲେ। ସେହି ଅନୁସାରେ ଫିଲ୍ମର କଳାକାର ଚୟନ ବେଳେ ମିନାକ୍ଷୀଙ୍କୁ ବିନା ସ୍କ୍ରିନ ଟେଷ୍ଟରେ ଫିଲ୍ମରେ ନାୟିକା କରିଥିଲେ ମନୋଜ କୁମାର।  ଫିଲ୍ମଟି ଫ୍ଲପ୍ ହୋଇଯାଇଥିଲା। ଏହା ସହ ମିନାକ୍ଷୀ ମଧ୍ୟ ଫିଲ୍ମରେ ଆଉ କାମ ନକରିବାକୁ ନିଷ୍ପତ୍ତି ନେଇଥିଲେ।

ସ୍କ୍ରିନ ନେମ ବି ମନୋଜ କୁମାର ଦେଇଥିଲେ
ଧାନବାଦ (ଝାରଖଣ୍ଡ) ସିନ୍ଦ୍ରିରେ ଏକ ତାମିଲ ପରିବାରରେ ଜନ୍ମିତା ମିନାକ୍ଷୀଙ୍କ ନାମ ଥିଲା ଶଶିକଳା ଶେଷାଦ୍ରୀ। ତେବେ ଇଣ୍ଡଷ୍ଟ୍ରିରେ ଶଶିକଳା ନାମରେ ପୂର୍ବରୁ ମଧ୍ୟ ଜଣେ ଅଭିନେତ୍ରୀ ଥିଲେ। ଏଣୁ ମନୋଜ କୁମାର ତାଙ୍କର ନୂଆ ନାମକରଣ କରିଥିଲେ ମିନାକ୍ଷୀ। ତେବେ ଫିଲ୍ମ ଫ୍ଲପ୍ ଯୋଗୁ ମିନାକ୍ଷୀ ଆଉ ଅଭିନୟ ପ୍ରତି ଆଗ୍ରହୀ ନଥିଲେ। ତେବେ ସେତିକି ବେଳେ ସୁଭାଷ ଘାଇ ତାଙ୍କର ଆଗାମୀ ଫିଲ୍ମ ‘ହିରୋ’ ଲାଗି ନାୟିକା ଖୋଜୁଥିଲେ। ଏଥିଲାଗି ମିନାକ୍ଷୀ ତାଙ୍କ ନାଜରକୁ ଆସିଥିଲେ । ହେଲେ ସେ ଆଉ ଅଭିନୟ କରିବାକୁ ଆଗ୍ରହୀ ନଥିବାରୁ ତାଙ୍କୁ ରାଜି କରିବାକୁ ଘାଇଙ୍କୁ ଅନେକ କଷ୍ଟ କରିବାକୁ ପଡିଥିଲା।

ସୁଭାଷ ଘାଇଙ୍କ ଫିଲ୍ମରୁ ମିଳିଲା ସଫଳତା
ଶେଷରେ ମିନାକ୍ଷୀ ଘାଇଙ୍କ ଫିଲ୍ମରେ କାମ କରିବା ଲାଗି ରାଜି ହେବା ସହ ନୂଆ ଅଭିନେତା ଜ୍ୟାକି ସ୍ରାଫଙ୍କ ବିପକ୍ଷରେ ଅଭିନୟ କରିଥିଲେ। ୧୯୮୩ ମସିହାରେ ମୁକ୍ତିଲାଭ କରିଥିବା ସୁଭାଷ ଘାଇଙ୍କ ଏହି ଫିଲ୍ମ ହିରୋ ସେତେବେଳେ ୧୩ କୋଟି ଟଙ୍କା ଆୟ କରିଥିଲା। ଯାହାକି ସେତେବେଳେ କେବଳ ଅମିତାଭଙ୍କ ଅଭିନିତ କୌଣସି ଫିଲ୍ମର ଆୟ ପାଖାପାଖି ଥିଲା।  ଏହି ସଫଳତା ମିନାକ୍ଷୀଙ୍କୁ ବଲିଉଡ୍  କ୍ୟାରିୟରରେ ବେଶ ସହାୟକ ହୋଇଥିଲା। ପରେ ମିନାକ୍ଷୀ ବଲିଉଡରେ ଅନେକ ଫିଲ୍ମର ଅଫର ପାଇଥିଲେ। ଯେଉଁଥିରେ ଅମିତାଭଙ୍କ ସହ ‘ଶେହେନଶାହ’, ‘ଗଙ୍ଗା ଜମୁନା ସରସ୍ୱତୀ’, ‘ତୁଫାନ’ ଓ ‘ଅକେଲେ’ ଆଦି ଅନେକ ଫିଲ୍ମରେ ଅଭିନୟ କରିଥିଲେ।

ମିନାକ୍ଷୀଙ୍କ ଲାଗି ପାଗଳ ହୋଇଯାଇଥିଲେ ରାଜକୁମାର ସନ୍ତୋଷୀ
ବଲିଉଡ ପ୍ରଯୋଜକ ରାଜକୁମାର ସନ୍ତୋଷୀ ମିନାକ୍ଷୀଙ୍କ ଅଭିନୟରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ତାଙ୍କର ସବୁ ଆଗାମୀ ଫିଲ୍ମରେ ତାଙ୍କୁ ସାଇନ କରାଇଥିଲେ। ତେବେ ପରେ ଜଣାପଡିଥିଲା ସେ ମିନାକ୍ଷୀଙ୍କ ପ୍ରେମରେ ପଡିଛନ୍ତି। ସେ ନିଜ ଆଡୁ ଏ ସମ୍ପର୍କରେ ମିନାକ୍ଷୀଙ୍କୁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ହେଲେ ବେଶ ସାଧାସିଧା ମିନାକ୍ଷୀ ତାଙ୍କ ପ୍ରସ୍ତାବକୁ ଟାଳିଦେଇଥିଲେ, କିନ୍ତୁ ଅଭିନୟ ଲାଗି ସାଇନ କରିଥିବା ତାଙ୍କର ସମସ୍ତ ଫିଲ୍ମରେ  କାମ କରିଥିଲେ।

ପୂର୍ବରୁ ବିବାହିତା ଥିଲେ ମିନାକ୍ଷୀ
ବଲିଉଡରେ ଅଭିନୟ କରିବା ବେଳେ ମିନାକ୍ଷୀ ବିବାହ କରିସାରିଥିଲେ। ହେଲେ ଏ ସମ୍ପର୍କରେ କାହାରିକୁ ଖବର ନଥିଲା। ଏଣୁ ତାଙ୍କ ସମ୍ପର୍କକୁ ନେଇ ବେଳେବେଳ ଉଠୁଥିବା ଗୁଜବରେ ସେ ବ୍ୟତିବ୍ୟସ୍ତ ହୋଇପଡୁଥିଲେ। ଏଥିରେ ସେ ଅଧିକ ଦିନ ଆଉ ଅଭିନୟ ସହ ନିଜକୁ ଜଡିତ ରଖିପାରିନଥିଲେ। ସେ ବିବାହ କରିଥିବା ଆମେରିକାରେ ବସବାସ କରୁଥିବା ଭାରତୀୟ ହରିଶ ମୈଶୁରଙ୍କ ନିକଟକୁ ଚାଲିଯାଇଥିଲେ।

ଦୀର୍ଘ ବର୍ଷ ପରେ ସୋସାଲ ମିଡିଆରେ ତାଙ୍କ ଫଟୋ ଏବେ ଭାଇରାଲ ହେଉଛି। ତେବେ ତାଙ୍କ ଫଟୋରୁ କେହିବି ତାଙ୍କୁ ଦାମିନୀ ବ୍ରାଣ୍ଡ ନାୟିକା ମିନାକ୍ଷୀ ଶେଷାଦ୍ରୀ ଚିହ୍ନିବା ବି ଏବେ କଷ୍ଟକର। ବୟସ ଢଳିଆସିଥିବା ବେଳେ ଏବେ ସେ ବାର୍ଦ୍ଧକ୍ୟର ଦ୍ୱାରଦେଶରେ ପହଞ୍ଚିଯାଇଛନ୍ତି। ୧୬ ନଭେମ୍ବର ତାଙ୍କର ଜନ୍ମଦିନ ହେଲେ ଏତିକି ଦିନର ଅନ୍ତରାଳରେ ତାଙ୍କୁ ଏବେ ଭୁଲିଯାଇଛି ଇଣ୍ଡଷ୍ଟ୍ରି।     

   Related Posts