Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ସୋନୁଙ୍କ ସହାୟତାରେ ଓଡିଶା ଫେରିଲେ କେରଳରେ ଫସିଥିବା ୧୬୯ ଓଡିଆ : କହିଲେ, ‘ସୋନୁ ସାର ଥ୍ୟାଙ୍କ ୟୁ…’

29/05/2020 at 5:37 PM

ଭୁବନେଶ୍ୱର ୨୯/୦୫ : ଓଡ଼ିଶା ଫେରିଲେ କେରଳରେ ଫସିଥିବା ୧୬୯ ଓଡିଆ ଝିଅ । ଏକ ଘରୋଇ କଂପାନୀରେ କାମ କରୁଥିବା ଏହି ଝିଅମାନେ ଲକ୍‌ଡାଉନ୍ ଯୋଗୁଁ ଫସି ଯାଇଥିଲେ । ଅନେକ ଦିନ ଧରି ସେଠାରୁ ବାହାରିବାକୁ ଚେଷ୍ଟା ଚଳାଇଥିଲେ । ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ସେମାନଙ୍କୁ ଘରକୁ ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ। ଏବେ ଓଡ଼ିଶାରେ ପାଦ ଦେଲା ପରେ ସୋନୁ ସୁଦ୍‌ଙ୍କ ପ୍ରଶଂସାରେ ଏହି ଝିଅମାନେ ଶତମୁଖ…

ସୋନୁ ସାର ଥ୍ୟାଙ୍କ ୟୁ… କେରଳରୁ ଆସି ଓଡିଶା ମାଟିରେ ପାଦ ଥାପିବା ପରେ ଏହା ହେଉଛି ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ଙ୍କ ପାଇଁ ଦୁଇପଦ ହସଭରା ଭିଡିଓ ବର୍ତ୍ତା । କେରଳରୁ ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିଛନ୍ତି ଓଡ଼ିଶାର ୧୬୯ ଜଣ । ଜଣଙ୍କ ପରେ ଜଣେ ଅପେକ୍ଷା କରିଥିବା ବସ୍‌ରେ ବେଶ ଖୁସିରେ ଚଢିଛନ୍ତି ଘର ଅଭିମୁଖେ ।କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ଏହି ଝିଅମାନେ କେରଳର ଏକ କମ୍ପାନୀରେ କାମ କରୁଥିଲେ। ହେଲେ ଲକଡାଉନ୍ କାରଣରୁ ଦୀର୍ଘ ଦିନ ଧରି କମ୍ପାନୀ ବନ୍ଦ ରହିବା ପରେ ସେମାନେ ସେଠାରେ ଭୋକ ଉପାସରେ ଦିନ କାଟୁଥିଲେ । ଏନେଇ ପ୍ରଥମେ ସେମାନେ ଏକ ଭିଡିଓ ଜାରିକରିଥିଲେ। ତେବେ ଏହି ଭିଡିଓ ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ନଜରକୁ ଆସିଥିଲା। ଏହି ଝିଅମାନଙ୍କୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଓଡ଼ିଶା ପଠାଇବା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରିଥିଲେ ସୋନୁ ସୁଦ୍‌  ଏହାପରେ ଏହି ଝିଅମାନେ ସୋନୁଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ।

ଓଡ଼ିଶାରେ ପହଞ୍ଚିବା ପରେ ସେମାନଙ୍କୁ ଚାରୋଟି ବସ୍ ଯୋଗେ କେନ୍ଦ୍ରାପଡ଼ାକୁ ନିଆଯାଇଛି। ଭୁବନେଶ୍ବରରେ ପହଞ୍ଚିବା ପରେ ସୋନୁ ସୁଦ୍‌ଙ୍କ ସହ ସ୍ଥାନୀୟ ନେତା ଅଂଶୁମାନ ମହାନ୍ତିଙ୍କୁ ଧନ୍ୟବାଦ ଦେଇଛନ୍ତି ଏହି ଝିଅମାନେ । କେରଳରୁ ଫେରିଥିବା ଏହି ଝିଅମାନଙ୍କୁ ପ୍ରଥମେ କ୍ବାରାଣ୍ଟାଇନ ସେଣ୍ଟରରେ ରଖାଯିବ । କ୍ବାରାଣ୍ଟାଇନ୍ ଅବଧି ଶେଷ ହେବା ପରେ ସେମାନେ ନିଜ ନିଜ ଘରକୁ ଯାଇପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

କେବଳ ଏହି ୧୬୯ ଝିଅମାନେ ନୁହନ୍ତି ଦେଶର ବିଭାନ୍ନ ଭାଗରେ ଫସିରହିଥିବା ପ୍ରବାସୀ ଶ୍ରମିକ ହୁଅନ୍ତୁ କି କୌଣସି ବ୍ୟକ୍ତି । ଅଭିନେତା ସୋନୁ ସୁଦ୍‌ ସେମାନଙ୍କୁ ସେମାନଙ୍କ ଘରକୁ ପହଞ୍ଚାଇବାରେ ଯଥା ସମ୍ଭବ ସହାୟତା କରିଛନ୍ତି । ଏବେ ସୋନୁ ସୁଦ୍‌ଙ୍କ ପ୍ରଶଂସାରେ କେବଳ ଓଡ଼ିଶାରେ ଏହି ଝିଅମାନେ ନୁହନ୍ତି ଭାରତର ଅଧିକାଂଶ ଲୋକ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ସୋନୁ ସୁଦ୍ ଏବେ ସେମାନଙ୍କ ପାଇଁ ରିଲ୍‌ ନୁହେଁ ସାଜିଛନ୍ତି ରିଅଲ୍‌ ହିରୋ। ତେବେ ଏହି ସମୟରେ ଆଉ ଜଣେ ବ୍ୟକ୍ତିଙ୍କ ଉଦ୍ୟମକୁ ମଧ୍ୟ ଆପଣଙ୍କ ନଜରକୁ ଆଣୁଛୁ।

ନୂଆଦିଲ୍ଲୀରେ ଫସିଥିବା ୩ଜଣ ପରିବାର ସଦସ୍ୟଙ୍କୁ ଅଣାଇବା ଲାଗି ମଦ ବ୍ୟବସାୟୀ ୧୮୦ ସିଟ୍‌ର ଏକ ବିମାନ ଦିଲ୍ଲୀରୁ ଭୋପାଳ ପର୍ଯ୍ୟନ୍ତ ବୁକ୍‌ କରିଥିଲେ। ଜଣେ ସୋନୁ ସୁଦ୍‌ ବିନା ପରିଚୟରେ ବିମାନ ବୁକ୍‌ କଲେ ଅସହାୟର ସହାୟତା ପାଇଁ ଆଉ ଜଣେ ନିଜ ଅର୍ଥବଳରେ ନିଜ ପରିବାର ପାଇଁ ଫ୍ଲାଇଟ୍‌ ବୁକ୍‌ କଲେ। ଦୁଇଟି ଘଟଣା ଖୁବ ଚର୍ଚ୍ଚାରେ |

   Related Posts