Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଭଲ ଖବର: ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୧୬୮୩ ଆକ୍ରାନ୍ତ

7/11/2020 at 9:52 PM

ଭୁବନେଶ୍ଵର ୦୭।୧୧: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ଦୈନିକ ମୃତ୍ୟୁ ସଂଖ୍ୟା ଡରାଉଛି। ରାଜ୍ୟ ସରକାରଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। ଆଶ୍ଵସ୍ତିକର କଥା ସଂପ୍ରତି ଯେତିକି ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତାଠୁ ଅଧିକ ସୁସ୍ଥ  ହୋଇ ଘରକୁ ଫେରୁଛନ୍ତି। ତେଣୁ ରାଜ୍ୟରେ ବର୍ତ୍ତମାନ କରୋନା ସ୍ଥିତି ପ୍ରାୟତଃ ନିୟନ୍ତ୍ରଣରେ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୬୮୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୨, ୮୬, ୮୭୫ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଶନିବାର ଏହାର ସୂଚନା ଦିଆଯାଇଛି।

ବିଭାଗ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ୨୧୭ ଜଣ କରୋନାରୁ ଆରୋଗ୍ୟ ହୋଇଛନ୍ତି। ସୁନ୍ଦରଗଡ ଜିଲ୍ଲାରୁ ୧୧୩, କଟକରୁ ୧୦୪, ବୌଦ୍ଧରୁ ୯୧, କଳାହାଣ୍ଡିରୁ ୮୩, ମୟୂରଭଞ୍ଜରୁ ୮୦, ବାଲେଶ୍ଵରରୁ ୭୮, ନୂଆପଡାରୁ ୭୬, ପୁରୀରୁ ୭୬, ଅନୁଗୁଳରୁ ୬୪, କୋରାପୁଟରୁ ୬୧, କେନ୍ଦୁଝରରୁ ୫୯, ଜଗତସିଂହପୁରରୁ ୫୫, ଢେଙ୍କାନାଳରୁ ୫୨, କେନ୍ଦ୍ରାପଡାରୁ ୫୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହି ପରି ବଲାଙ୍ଗୀରରୁ ୪୬, ଭଦ୍ରକରୁ ୪୦, ଯାଜପୁରରୁ ୩୪, ନୟାଗଡରୁ ୩୪, ମାଲକାନଗିରିରୁ ୩୩, ବରଗଡରୁ ୩୨, ନବରଙ୍ଗପୁରୁ ୩୨, ଝାରସୁଗୁଡାରୁ ୨୭, ଗଞ୍ଜାମରୁ ୨୬, ସୋନପୁରରୁ ୨୩, ସମ୍ବଲପୁରରୁ ୨୦, ରାୟଗଡାରୁ ୧୪, କନ୍ଧମାଳରୁ ୧୨, ଦେବଗଡରୁ ୭ ଓ ଗଜପତିରୁ ୭ ଜଣ କରୋନାକୁ ମାତ୍ ଦେବାରେ ସଫଳ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩୭୨ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ତିନି ଲକ୍ଷ ଟପି ୩,୦୦,୧୪୦କୁ ବୃଦ୍ଧି ଘଟିଛି। ଅନ୍ୟପଟେ ଦୈନିକ ମୃତ୍ୟୁ ସଂଖ୍ୟା ସଭିଙ୍କୁ ଡରାଉଛି। ଆଜି ଆଉ ୧୭ ଜଣ କରୋନାରେ ଆଖି ବୁଜିଛନ୍ତି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪ ଶହ ଟପି ୧୪୧୦ରେ ପହଞ୍ଚିଛି।  

   Related Posts