Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||

ସମ୍ବଲପୁର ଜିଲ୍ଲାରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ, ସିଆରପିଏଫ୍ କ୍ୟାମ୍ପ୍‌ରେ ପଶିଲା କରୋନା

10/08/2020 at 5:01 PM

ସମ୍ବଲପୁର ୧୦।୮: ସମ୍ବଲପୁର ଜିଲ୍ଲାରେ ଆଜି ସର୍ବକାଳୀନ ରେକର୍ଡ କଲା କରୋନା । ଏହାସହ ସିଆରପିଏଫ୍ କ୍ୟାମ୍ପକୁ କରୋନା ପଶିଛି । ଗୋଶାଳା ସ୍ଥିତ ସିଆରପିଏଫ୍ କ୍ୟାମ୍ପର ଦୁଇ ଜଣ ସିଆରପିଏଫ୍ ଯବାନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ପୋଲିସ ବିଭାଗ ୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ୭ ଜଣଙ୍କ ମଧ୍ୟରେ ବୁର୍ଲା ଭୀମସାରରେ ଥିବା ଫାଣ୍ଡି ଅଧିକାରୀ ସମେତ ରିଜର୍ଭ ପୋଲିସ ଲାଇନର ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଲା ପରେ ଜିଲ୍ଲା ପୋଲିସର ଚିନ୍ତା ବଢିଛି । ଏହା ସହ ହୋମ୍ ଆଇସୋଲେସନରେ ଥିବା ୭ ଜଣ କରୋନା ସଂକ୍ରମିତ ହୋଇଥିବା ଜିଲ୍ଲା ପ୍ରଶାସନ ତଥ୍ୟ ଦେଇଛି ।

୨୪ ଘଣ୍ଟାରେ ୧୬୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଜିଲ୍ଲାରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୬୯ରେ ପହଞ୍ଚିଛି । ତେବେ ଏମାନଙ୍କ ମଧ୍ୟରୁ ୫୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୬୬୧ ଜଣ ସକ୍ରିୟ ଅଛନ୍ତି । ତେବେ କଣ୍ଟାକ୍ଟ ଟ୍ରେସିଂ ଓ ଆକ୍ଟିଭ ସର୍ଭିଲାନ୍ସ ବଢିଥିବାରୁ ଏହା ବେଶୀ ଚିହ୍ନଟ ହୋଇଛନ୍ତି । ଏଥିରେ ଭୟ କରିବାର ନାହିଁ ବରଂ ଆମେ ତାଙ୍କର ଯତ୍ନ ନେବୁ ବୋଲି ଜିଲ୍ଲାପାଳ ଶୁଭମ ସକ୍ସେନା କହିଛନ୍ତି । ଏହାସହ ଜିଲ୍ଲାରେ ସୁସ୍ଥ ବ୍ୟକ୍ତି ହାର ଅଧିକା ଥିବା ଜିଲ୍ଲାପାଳ କହିଛନ୍ତି ।

   Related Posts