ଏହି ଯୋଜନାରେ ମହିଳାଙ୍କୁ ୧୬ ହଜାର କୋଟି ଟଙ୍କାର ଲୋନ୍ ଦେଇଛନ୍ତି ସରକାର, ଆପଣ ମଧ୍ୟ କରନ୍ତୁ ଆବେଦନ
3/03/2020 at 7:36 PM

ନୂଆଦିଲ୍ଲୀ ମାର୍ଚ୍ଚ ୦୩: କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡ ଅପ ଯୋଜନାରେ ଗତ ୪ ବର୍ଷ ମଧ୍ୟରେ ମୋଟ ୧୬,୭୧୨ କୋଟି ଟଙ୍କା ମ଼଼ଞ୍ଜୁର କରାଯାଇଛି। ଏନେଇ ମଙ୍ଗଳବାର ଅର୍ଥମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଯୋଜନାର ହିତାଧିକାରୀଙ୍କ ମଧ୍ୟରେ ୮୧ ପ୍ରତିଶତ ମହିଳା ରହିଛନ୍ତି। ଏହି ଯୋଜନାରେ ଜଣେ ଅନୁସୂଚିତ ଜାତି ଓ ଜନଜାତି କିମ୍ବା ଜଣେ ମହିଳାଙ୍କୁ ବ୍ୟାଙ୍କରୁ ୧୦ ଲକ୍ଷରୁ ଆରମ୍ଭ କରି ୧ କୋଟି ଯାଏଁ ବ୍ୟକ୍ତିଗତ ଲୋନ ମିଳିଥାଏ।

ଗତ ୬ ବର୍ଷ ମଧ୍ୟରେ ଅର୍ଥ ମନ୍ତ୍ରାଳୟ ଅନେକ ଜନକଲ୍ୟାଣକାରୀ ଯୋଜନା ଆଣିଛି। ଯାହା ମହିଳ ସଶକ୍ତିକରଣ ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏପ୍ରିଲ ୫ ତାରିଖରେ କେନ୍ଦ୍ର ସରକାର ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ ଆରମ୍ଭ କରିଥିଲେ। ଏହି ଯୋଜନାରେ ମହିଳାଙ୍କୁ ଅତିକମରେ ୧୦ ଲକ୍ଷ ଟଙ୍କା ଦେବା ପାଇଁ କୌଣସି ବ୍ୟାଙ୍କ୍ ବାଧ୍ୟ ବୋଲି କୁହାଯାଇଥିଲା। ଫେବ୍ରୁଆରୀ ୧୭, ୨୦୨୦ ଯାଏଁ ଏହି ଯୋଜନାରେ ମୋଟ ୮୧ ପ୍ରତିଶତ ମହିଳା ଥିଲେ। ମୋଟ ୭୧,୧୫୫ ମହିଳା ଏହି ଯୋଜନାରେ ଖାତା ଖୋଲିଛନ୍ତି। ସେମାନଙ୍କ ପାଇଁ ୧୬, ୭୧୨ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି।

କିପରି କରିବେ ଆବେଦନ
ପ୍ରଥମେ ହିତାଧିକାରୀଙ୍କୁ ଷ୍ଟାଣ୍ଡ୍ ଅପ ଇଣ୍ଡିଆରେ ଅନଲାଇନ୍ ରେଜିଷ୍ଟ୍ରେସନ କରିବାକୁ ହେବ। ଏହାପରେ ସେମାନେ ଆବେଦନ କରିବା ପାଇଁ ଏକ ଫର୍ମ ଭରିବେ। ଏହି ଯୋଜନାରେ ସେମନାଙ୍କ ବ୍ୟବସାୟକୁ ୩ ବର୍ଷ ପାଇଁ ଆୟକର ରିହାତି ମିଲିବ।
ଆବଶ୍ୟକୀୟ କାଗଜପତ୍ର
ଆଦାର କାର୍ଡ
ଠିକଣା ପ୍ରମାଣପତ୍ର
ପାନ୍ କାର୍ଡ
ଏସସି ଅଶଟି ପ୍ରମାଣପତ୍ର
ପାସପୋର୍ଟ ଫଟୋ
ବ୍ୟାଙ୍କ ଖାତା ବିବରଣୀ
ରେଣ୍ଟ୍ ଏଗ୍ରିମେଣ୍ଟ
ପିୟୁସି ସାର୍ଟିଫିକେଟ୍
ପରିଯୋଜନା ରିପୋର୍ଟ