Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ସୁରାଟରୁ ହରିଦ୍ୱାର ଆସିଥିବା ‘ଶ୍ରମିକ ସ୍ପେଶାଲ’ ଟ୍ରେନରୁ ୧୬୭ ଯାତ୍ରୀ ଚମ୍ପଟ୍, ଚିନ୍ତାରେ ଅଧିକାରୀ

14/05/2020 at 7:24 PM

ହରିଦ୍ୱାର ୧୪।୫: ଗୁଜୁରାଟର ସୁରଟରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଆସିଥିବା ‘ଶ୍ରମିକ ସ୍ପେଶାଲ’ ଟ୍ରେନରୁ ୧୬୭ ଜଣ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି। ଶ୍ରମିକମାନେ ଗୁରୁବାର ହରିଦ୍ୱାର ଷ୍ଟେସନରେ ଅବତରଣ କରିବା ପରେ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସେମାନଙ୍କ ସୂଚୀ ମେଳ କରାଯାଇଥିଲା। ଏଥିରେ ଏତେ ସଂଖ୍ୟକ ଯାତ୍ରୀ ନିଖୋଜ ଥିବା ଜଣାପଡିବା ଏବେ ପ୍ରଶାସନ ଲାଗି ଚିନ୍ତାର କାରଣ ପାଲଟିଛି।

ଯେଉଁ ଯାତ୍ରୀମାନଙ୍କୁ ଟ୍ରେନରୁ ଖାଲି କରାଯାଇଛି ସେମାନେ ସୂଚୀ ଅନୁସାରେ ନଥିବା ହରିଦ୍ୱାର ମାଜିଷ୍ଟ୍ରେଟ୍ ସି.ରବି ଶଙ୍କର କହିଛନ୍ତି। ଏଥିରେ ହୋଇଥିବା ଅନିୟମିତତାର ଯାଞ୍ଚ ହେବ ବୋଲି ସେ କହିଥିବା ବେଳେ ଯାତ୍ରୀମାନେ ଯଦି ସୁରଟରେ ଟ୍ରେନରେ ଉଠିଛନ୍ତି ତେବେ ଏହା ନିଶ୍ଚିତ ରୂପେ ଏକ ଗୁରୁତର ଘଟଣା। ଏବେ ମାମଲାର ତଦନ୍ତ କରାଯାଉଥିବା ଓ ତଦନ୍ତ ସରିଲେ କାର୍ଯ୍ୟାନୁଷ୍ଠାନ କରାଯିବା ନିଶ୍ଚିତ ବୋଲି ସେ କହିଛନ୍ତି।

ସୁରଟ ପ୍ରଶାସନରୁ ମିଳିଥିବା ସୂଚନା ଅନୁସାରେ ମେ ୧୨ ତାରିଖ ଦିନ ଯାତ୍ରା କରିଥିବା ଏହି ଶ୍ରମିକ ସ୍ପେଶାଲ ଟ୍ରେନରେ ମୋଟ ୧ହଜାର ୩୪୦ ଜଣ ଯାତ୍ରୀଙ୍କୁ ପଠାଯାଇଥିଲା। ତେବେ ହରିଦ୍ୱାର ଷ୍ଟେସନରେ କର୍ତ୍ତୃପକ୍ଷ ଟ୍ରେନରୁ ୧ହଜାର ୧୭୩ଜଣଙ୍କୁ ଓହ୍ଲାଇଛନ୍ତି। ଏ ନେଇ ସୁରଟ ପ୍ରଶାସନ ସହ ଯୋଗାଯୋଗ କରାଯାଉଛି ବୋଲି ଡିଏମ କହିଛନ୍ତି। ସେଠାରୁ ଏତିକି ସଂଖ୍ୟକ ଯାତ୍ରୀଙ୍କୁ ସେମାନେ ପଠାଇଥିଲେ ନା ଟ୍ରେନରେ ଉଠିବା ପରେ ୧୬୭ଜଣ ମଝି ରାସ୍ତାରେ  କେଉଁଠି ଓହ୍ଲାଇ ଯାଇଛନ୍ତି ତାହା ଏବେ ତଦନ୍ତ ସାପେକ୍ଷ ବୋଲି ମାଜିଷ୍ଟ୍ରେଟ୍ କହିଛନ୍ତି।  

   Related Posts