ରବିବାର ରାଜଧାନୀରେ ଚିହ୍ନଟ ହେଲେ ୧୬୬ କରୋନା ପଜିଟିଭ୍, ସାଲିଆ ସାହିରୁ ସର୍ବାଧିକ ୧୭: ୨୪ ଘଣ୍ଟାରେ ସୁସ୍ଥ ହେଲେ ୧୧୩

Published By : Prameya-News7 Bureau | August 09, 2020 IST

ଭୁବନେଶ୍ଵର ୦୯।୦୮: ଜୁଲାଇ ମାସ ପରି ଅଗଷ୍ଟ ମାସରେ ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି। ସମସ୍ତ ପ୍ରକାରର ପଦକ୍ଷେପ ପରେ  ବି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। ରାଜ୍ୟର ରାଜଧାନୀରେ କରୋନା ସ୍ଥିତିରେ କୌଣସି ଫରକ ପଡିନି। ଭୁବନେଶ୍ଵରରୁ ଦୈନିକ ଶତାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ରବିବାର ମଧ୍ୟ ଏହି ଧାରା ଜାରି ରହିଛି। ଆଜି ରାଜଧାନୀରେ ଆଉ ୧୬୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ ସଙ୍ଗରୋଧ କେନ୍ଦ୍ରରୁ ୯୮ ରୋଗୀ ଥିବା ବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୬୮ ରହିଛି। ଭୁବନେଶ୍ଵର ମହାନଗର ନିଗମ(ବିଏମଏସି)କର୍ତ୍ତୃପକ୍ଷ ଟ୍ଵିଟ୍‌ ଜରିଆରେ ଏହାର ସୂଚନା ଦେଇଛି। ଭୁବନେଶ୍ଵରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୯୨୯କୁ ବୃଦ୍ଧି ଘଟିଛି।

wp:html /wp:html

ବିଏମସି ଅନୁଯାୟୀ ଆଜି ରାଜଧାନୀରୁ ଆଉ ୧୬୬ କରୋନା  ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କ୍ଵାରେଣ୍ଟାଇନ୍‌ କେନ୍ଦ୍ରରୁ ୯୮ ସଂକ୍ରମିତ ରହିଥିବା ବେଳେ ଲୋକାଲ କଣ୍ଟାକ୍ଟ ୬୮ ରହିଛି। ଆଜି ସାଲିଆ ସାହିରୁ ସର୍ବାଧିକ ୧୭ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ସାଲିଆ ସାହିରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସେହି ପରି  ୟୁନିଟ୍‌-୫ରୁ ୫,ଆଇଆରସି ଭିଲେଜ ଏନ-୨ରୁ ୪, ଶୈଳେଶ୍ରୀ ବିହାରରୁ ୩, ୟୁନିଟ୍‌-୧ ବସ୍ତିରୁ ୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏସବୁକୁ ମିଶାଇ ଭୁବନେଶ୍ଵରରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୯୨୯କୁ ବୃଦ୍ଧି ଘଟିଛି।

ସେହି ପରି ଗତ ୨୪ ଘଣ୍ଟାରେ ଭୁବନେଶ୍ଵରରୁ ଆଉ ୧୧୩ କରୋନା ରୋଗୀ ଆରୋଗ୍ୟ  ଲାଭ କରିଛନ୍ତି। ଏହାକୁ ମିଶାଇ ମୋଟ୍ ଆରୋଗ୍ୟକାରୀଙ୍କ ୨,୪୭୩ରେ ପହଞ୍ଚିଛି। ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୯୨୯ ରହିଥିବା ବେଳେ ଅଦ୍ୟାବଧି ରାଜଧାନୀରେ କରୋନାରେ ୧୯ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆକ୍ଟିଭ୍ କେସ୍ ସଂଖ୍ୟା ୧୪୩୫ ରହିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀରେ ସପ୍ତାହର ପ୍ରତି ଶନିବାର ଓ ରବିବାର ସଟ୍‌ଡାଉନ୍‌ ଘୋଷଣା ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.