Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଆରଟିଆଇରେ ଖୁଲାସା: କରୋନା ରୋଗୀଙ୍କ ପାଇଁ ପିଏମ କେୟାରରୁ ପଠାଯାଇଥିବା ୧୬୫ ଭେଣ୍ଟିଲେଟର ଖରାପ

9/11/2021 at 7:31 PM

ଶ୍ରୀନଗର ୦୯/୧୧ : କରୋନାର ଦ୍ୱିତୀୟ ଲହର ସମୟରେ ପିଏମ କେୟାର୍ସ ଅନ୍ତର୍ଗତ ଶ୍ରୀନଗରର ଏସ୍ଏମ୍ଏଚ୍ଏସ୍ ଓ ଅନ୍ୟାନ୍ୟ ଚିକିତ୍ସା ପ୍ରତିଷ୍ଠାନକୁ ପଠାଯାଇଥିବା ସମସ୍ତ ୧୬୫ଟି ଭେଣ୍ଟିଲେଟର ତ୍ରୁଟିପୂର୍ଣ୍ଣ ବୋଲି ଜଣାପଡିଛି । କୁହାଯାଉଛି ଉଚ୍ଚ କ୍ଷମତା ସମ୍ପନ୍ନ ଭେଣ୍ଟିଲେଟର ଉପଲବ୍ଧ ନହେବା ହେବାରୁ ରୋଗିମାନେ ସେମାନଙ୍କର ସୁବିଧା ପାଇ ନଥିଲେ। ଅଧିକାଂଶ ରୋଗିମାନଙ୍କୁ ଏଥିପାଇଁ ଫେରାଇ ଦିଆଯାଇଥିଲା । ଶ୍ରୀନଗରର ସରକାରୀ ଚିକିତ୍ସା ମହାବିଦ୍ୟାଳୟର ଜନ ସୂଚନା ଅଧିକାରୀଙ୍କ ଦ୍ୱାରା ଆରଟିଆଇର ଉତ୍ତରରେ ଏହା ପ୍ରକାଶ ପାଇଛି। ଜାମ୍ମୁ କାଶ୍ମୀର ଚିକିତ୍ସା ଯୋଗାଣ ନିଗମ କହିଛି ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ବହୁ ସଂଖ୍ୟାରେ ପଠାଯାଇଥିବା ଏହି ଭେଣ୍ଟିଲେଟରଗୁଡିକ ଅତି ନିମ୍ନମାନର ଥିଲା, ଯେଉଁଥିରେ ସୀମିତ ସୁବିଧା ଥିଲା।

ଆରଟିଆଇ ଆବେଦନର ଜବାବରେ ସୂଚନା ଦିଆଯାଇଛି ଯେ ଆନାସ୍ଥେସିଓଲୋଜି ଓ କ୍ରିଟିକାଲ କେୟାର ଔଷଧ ବିଭାଗ ଜିଏମସି ଶ୍ରୀନଗର ପିଏମ କେୟାର ଫଣ୍ଡ ଅନ୍ତର୍ଗତ ଚିକିତ୍ସା ଅଧୀକ୍ଷକ ଏସ୍ଏମ୍ଏଚ୍ଏସ୍ ହସ୍ପିଟାଲ ମାଧ୍ୟମରେ ଭେଣ୍ଟିଲେଟର କିଣିଛନ୍ତି। ଏଥିରେ ଏସ୍ଏମ୍ଏଚ୍ଏସ୍ ଡାକ୍ତରଖାନାରେ ଭାରତ ଭେଣ୍ଟିଲେଟର ଦ୍ୱାରା ପରିଚାଳିତ ୩୭ଟି ଭେଣ୍ଟିଲେଟରକୁ ପରୀକ୍ଷା କରାଯାଇଥିଲା। କିନ୍ତୁ ଏହି ଭେଣ୍ଟିଲେଟରଗୁଡ଼ିକରେ କମ୍ପ୍ରେସର ଓ ହିଟଅପ ସମସ୍ୟା ହେତୁ ବନ୍ଦହୋଇଗଲା । ଏହି ସମସ୍ତ ଭେଣ୍ଟିଲେଟରଗୁଡିକ ଚିକିତ୍ସା ସେବା ପରିଚାଳନା ପାଇଁ ଠିକ ନଥିଲା । ସେଥିପାଇଁ ଏହି ଭେଣ୍ଟିଲେଟରଗୁଡ଼ିକ ପୁଣି ଫେରାଇ ଦିଆ ଯାଇଥିଲା । ସେହିଭଳି ଏସ୍ଏମ୍ଏଚ୍ଏସ୍ ହସ୍ପିଟାଲ ଶ୍ରୀନଗରର ତିନୋଟି ଭେଣ୍ଟିଲେଟର ମଧ୍ୟ ବୈଷୟିକ ଭାବେ ତ୍ରୁଟିପୂର୍ଣ୍ଣ ବୋଲି ଜଣାପଡିଛି ।

ଏହା ଛଡ଼ା ଦମନ-୩ ର ୧୨୫ଟି ଭେଣ୍ଟିଲେଟରକୁ ଡିଆରଡିଓ ଡାକ୍ତରଖାନା ଖୋନମୋହ ଶ୍ରୀନଗରକୁ ପଠାଯାଇଥିଲା । ସେଥିମଧ୍ୟରୁ ୨ଟି ଭେଣ୍ଟିଲେଟର ଏସ୍ଏମ୍ଏଚ୍ଏସ୍ ଡାକ୍ତରଖାନାକୁ ଅଣାଯାଇଥିଲା । କିନ୍ତୁ ସମସ୍ତ ଭେଣ୍ଟିଲେଟରରେ ଯାନ୍ତ୍ରିକ ତ୍ରୁଟି ଥିଲା । ଏହା ଟାଇଡାଲ ଭଲ୍ୟୁମ ସୃଷ୍ଟି କରିପାରିଲା ନାହିଁ । ଏହି ଭେଣ୍ଟିଲେଟରରୁ ରୋଗୀଙ୍କୁ ଫ୍ଲୋ ୨ ଦିଆ ହୋଇପାରିଲା ନାହିଁ । ଏହି ଭେଣ୍ଟିଲେଟରଗୁଡ଼ିକ ଆପେଆପେ ବନ୍ଦ ହୋଇଯାଉଥିଲା, ଯେଉଁଥିପାଇଁ ରୋଗୀଙ୍କ ଜୀବନ ବିପଦରେ ରହିଥିଲା । ଅନ୍ୟ ୨୨ଟି ଭେଣ୍ଟିଲେଟର କୁ ପରୀକ୍ଷା କରାଯାଉଛି ।

ଭେଣ୍ଟିଲେଟର ପାଇଁ ସୂଚନା ଅଧିକାର ଆଇନ ୨୦୦୫ ଅଧୀନରେ ସାମାଜିକ କାର୍ଯ୍ୟକର୍ତ୍ତା ବଲବିନ୍ଦର ସିଂଙ୍କୁ ଆରଟିଆଇ ପ୍ରଦାନ କରାଯାଇଥିଲା।

   Related Posts