ଭାରତ-ନ୍ୟୁଜିଲାଣ୍ଡ ଅନ୍ତିମ ଟି-୨୦ ମ୍ୟାଚ୍ : ନ୍ୟୁଜିଲାଣ୍ଡକୁ ୧୬୪ରନ୍‌ର ଟାର୍ଗେଟ ଦେଲା ଭାରତ

Published By : Prameya-News7 Bureau | February 02, 2020 IST

ମାଉଣ୍ଟମଙ୍ଗନୁଇ୨।୨:  ଆଜି ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଶେଷ ତଥା ପଞ୍ଚମ ଟି-୨୦ ମ୍ୟାଚ୍ ଖେଳାଯାଉଛି  ।  ନ୍ୟୁଜିଲାଣ୍ଡକୁ ୧୬୪ରନ୍‌ ଟାର୍ଗଟେ ଦେଇଛି ଭାରତ ।  ପ୍ରଥମ ବ୍ୟାଟିଂ କରି ଭାରତୀୟ ଦଳ ସୀମିତ ୨୦ଓଭରରେ ୩ଟି ଓ୍ବିକେଟ ହରାଇ ୧୬୩ ରନ ସଂଗ୍ରହ କରିଛି । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ପୂର୍ବରୁ ଭାରତ ୪-୦ରେ ସିରିଜ୍ ଆଗୁଆ ଥିବା ବେଳେ ଆଜି ଶେଷ ମ୍ୟାଚ୍ ଜିତି କ୍ଲିନ୍ ସୁଇପ୍ ଲକ୍ଷ୍ୟ ରଖିଛି ଭାରତ । ଅନ୍ୟପଟେ ନ୍ୟୁଜିଲାଣ୍ଡ ଆତ୍ମସମ୍ମାନ ପାଇଁ ଏହି ମ୍ୟାଚ୍ ଜିତିବାକୁ ଚାହିଁବ । ତେଣୁ ଆଜିର ମ୍ୟାଚ୍ ଉଭୟ ଟିମ୍ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ରହିଛି ।

ଟସ୍‌ ଜିତି ଭାରତ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା । ଅନ୍ତିମ ମ୍ୟାଚରେ ଭାରତୀୟ ଦଳରେ କିଛି ପରିବର୍ତ୍ତନ ହୋଇଛି । ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ବିରାଟଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି । ଦଳ ପକ୍ଷରୁ ଲୋକେଶ ରାହୁଲ ଓ ସଞ୍ଜୁ ସାମ୍‌ସନ ଓପନିଂ କରିବାକୁ ପଡିଆକୁ ଓହ୍ଲାଇଥିଲେ । ଦଳୀୟ ସ୍କୋର ୮ରନ୍‌ ହୋଇଥିବା ବେଳେ ସଞ୍ଜୁ ସାମ୍‌ସନ ବ୍ୟକ୍ତିଗତ ୨ରନ୍‌ କରି ଆଉଟ ହୋଇଥିଲେ । ପରେ ରୋହିତ ଶର୍ମା ଓ ଲୋକଶ ରାହୁଲ ରକ୍ଷଣଶୀଳ ବ୍ୟାଟିଂ ଜାରି ରଖିଥିଲେ । ତେବେ ଦଳୀୟ ସ୍କୋର ୯୬ରନ୍‌ ହୋଇଥିବା ବେଳେ ରାହୁଲ ୪୫ରନ୍‌ କରି ଆଉଟ ହୋଇଯାଇଥିଲେ । ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୬୦ରନ୍ କରି ରିଟାୟର୍ଡ ହଟ୍ ହୋଇଥିଲେ । ଦଳର ଶେଷ ଓଭର ବ୍ୟାଟିଂ ପର୍ଯ୍ୟନ୍ତ ମନୀଷ ପାଣ୍ଡେ ୧୧ ଓ ଶ୍ରେୟସ ଆୟାର ୩୩ରନ୍‌ କରି ଅପରାଜିତ ରହିଛନ୍ତି । ସେପଟେ ନ୍ୟୁଜିଲାଣ୍ଡ ପକ୍ଷରୁ ସ୍କଟ କୁଗେଲିଜିନ ସର୍ବାଧିକ ୨ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.