କେନ୍ଦ୍ରାପଡା ପ୍ରମୋଦ ସାହୁଙ୍କ ଯୌନ କେଳେଙ୍କାରୀ ମାମଲାରେ କୋର୍ଟରେ ପିଡୀତାଙ୍କ ବୟାନ ହେଲା ରେକର୍ଡ

Published By : Prameya-News7 Bureau | October 31, 2019 IST

କେନ୍ଦ୍ରାପଡା ୩୧|୧୦କେନ୍ଦ୍ରାପଡା କ୍ରେଡିଟ କୋ ଅପରେଟିଭ୍ ସୋସାଇଟି ଲିମିଟେଡର ସଭାପତି ପ୍ରମୋଦ ସାହୁଙ୍କ ବିରୋଧରେ ଜଣେ ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ଏହାକୁ ନେଇ ରାଜନୀତି ତେଜ୍‌ ହୋଇଛି । ପୀଡିତାଙ୍କୁ ନ୍ୟାୟ ଦେବାକୁ ଜିଲ୍ଲା ବିଜେପି ମହିଳାମୋର୍ଚ୍ଚା ଏସପିଙ୍କୁ ଭେଟି ଦାବି ପତ୍ର ଦେଇଥିବା ବେଳେ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି ଜିଲ୍ଲା ମହିଳା କଂଗ୍ରେସ ।ଛାତ୍ର କଂଗ୍ରେସ ମଧ୍ୟ ପ୍ରମୋଦଙ୍କ ଗିରଫ ଦାବି କରିଛି । ୨୪ ଘଣ୍ଟା ଭିତରେ ପ୍ରମୋଦଙ୍କୁ ଗିରଫ ନକଲେ ଛାତ୍ର କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି

ସେପଟେ ପୋଲିସ ପୀଡ଼ିତାଙ୍କୁ ତାଙ୍କର ପୂର୍ବ କର୍ମକ୍ଷେତ୍ରକୁ ଆଣି ତଦନ୍ତ କରିବା ପାଇଁ ଯୋଜନା ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ ।ଆଜି କେନ୍ଦ୍ରାପଡା ଜେଏମଏଫସି ଅଦାଲତରେ ପିଡୀତାଙ୍କ ୧୬୪ ବୟାନ ରେକର୍ଡ ହୋଇଥିବା ତାଙ୍କ ଓକିଲ ପ୍ରକାଶ କରିଛନ୍ତି ।   ….

ଏପଟେ ତଦନ୍ତର ଦ୍ବାହି ଦେଇ ପ୍ରସଙ୍ଗକୁ ହାଲକା କରିବାକୁ ଚେଷ୍ଟା କରୁଛି ପୋଲିସ ଏମିତିରେ ବଡ଼ ପ୍ରଶ୍ନ ପୀଡ଼ିତାଙ୍କୁ ନ୍ୟାୟ ମିଳିବ କେମିତି ?   କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋ-ଅପରେଟିଭ୍‌ ବ୍ୟାଙ୍କରେ ମହିଳା କର୍ମଚାରୀଙ୍କୁ  ସଭାପତିଙ୍କ ଯୌନ ଶୋଷଣ ଅଭିଯୋଗ ଘଟଣାରେ ୨୪ଘଣ୍ଟା ପରେ ବି ନଜରକୁ ଆସୁନି ପୋଲିସର ଆକ୍ସନ । ଯାହାକୁ ନେଇ ତାତିଛି କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା । ଏସପିଙ୍କୁ ଭେଟି ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଦାବି କରିଛି । ତଦନ୍ତରେ ପୋଲିସ ଟାଳଟୁଳ ନୀତି ଅବଲମ୍ବନ କଲେ ବିଜେପି ମହିଳା ମୋର୍ଚ୍ଚା ଏହା ବିରୋଧରେ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି । 

ଏହି ମାମଲାରେ କେନ୍ଦ୍ରାପଡ଼ା ପୋଲିସ ବିଧିବଦ୍ଧ ତଦନ୍ତ ଆରମ୍ଭ କରିବାର ଥିଲା । ପୋଲିସ ପୀଡ଼ିତାଙ୍କୁ ନେଇ ବ୍ୟାଙ୍କ ପରିସରକୁ ଯିବାର ଯୋଜନା ଥିଲା । ସେଠାରେ ସିସିଟିଭି ଯାଂଚ କରିବା ସହ ବ୍ୟାଙ୍କ କର୍ମଚାରୀଙ୍କ ବୟାନ ରେକର୍ଡ଼ ମଧ୍ୟ  କରାଯିବ ବୋଲି କୁହାଯାଇଥିଲା । ହେଲେ ୨୪ଘଣ୍ଟା ପରେ ବି ଆଗେଇ ପାରିନି ପୋଲିସର ତଦନ୍ତ ପ୍ରକ୍ରିୟା । ପୋଲିସର ଏଭଳି ଆକ୍ସନକୁ ଦେଖି ପ୍ରତିକ୍ରିୟାଶୀଳ ହୋଇଛି କଂଗ୍ରେସ । ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି ଜିଲ୍ଲା ମହିଳା କଂଗ୍ରେସ ।

ଏଭଳି ଏକ ସଂଗୀନ ଅଭିଯୋଗ ପରେ ବି  ପୋଲିସ କାହିଁକି ତଦନ୍ତରେ ବିଳମ୍ବ କରୁଛି ? ଏହା ପଛରେ କ’ଣ କାରଣ ରହିଛି ?  ଏଭଳି କିଛି ପ୍ରଶ୍ନ ଏବେ କେନ୍ଦ୍ରାପଡ଼ାରେ  ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.