ଚୋରା ଚାଲାଣ ବେଳେ ୧୬୦୦ ଲିଟର କିରାସିନି ଜବତ, ଡ୍ରାଇଭର ଫେରାର

Published By : Prameya-News7 Bureau | June 20, 2020 IST

ଜଗତସିଂହପୁର ୨୦।୬: ଜଗତସିଂହପୁର ଜିଲ୍ଲା ତେନ୍ତୁଳି ବେଲାରୀ ନଗର ପଡା ଗାଁ ନିକଟରୁ ଏକ ଟାଟା ମ୍ୟାଜିକରେ ଚୋରା ଚାଲାଣ ହେଉଥିବା ୧୬୦୦ ଲିଟର କିରାସିନି ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ବାରା ଜବତ କରାଯାଇଛି । ସଦେଇପୁର ଅଞ୍ଚଳରୁ ତେନ୍ତୁଳି ବେଲାରୀ ଦେଇ ନିୟମିତ ଭାବରେ ବିଭିନ୍ନ ଚିଙ୍ଗୁଡ଼ି ଘେରିକୁ କିରାସିନି ଚୋରା ଚାଲାଣ ହେଉଥିବା ବେଳେ ଏ ବାବଦରେ ସ୍ଥାନୀୟ ଗ୍ରାମବାସୀମାନେ ଯୋଗାଣ ବିଭାଗକୁ ଖବର ଦେଇଥିଲେ । ହେଲେ ଯୋଗାଣ ବିଭାଗ ଏ ବାବଦରେ କୌଣସି ପଦକ୍ଷପ ନନେବାରୁ ଶେଷରେ ଗ୍ରାମବାସୀମାନେ ଚୋରା ଚାଲାଣ କିରାସିନିକୁ ଧରିବା ପାଇଁ ଉଦ୍ୟମ କରିଥିଲେ ।

{"id":288700,"sizeSlug":"large"}

ଆଜି ଭୋର ସମୟରେ ଏକ ଟାଟା ମ୍ୟାଜିକରେ ୬ଟି ସ୍ଥାନରେ ୧୬୦୦ଲିଟର କିରାସିନି ଚାଲାଣ ହେଉଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁସାରେ ଗ୍ରାମବାସୀମାନେ ଗାଡିକୁ ଅଟକାଇ କିରୋସିନି ଜବତ କରିବା ସହ ସ୍ଥାନୀୟ ଅନନ୍ତପୁର ଫାଣ୍ଡି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ସହ କିରାସିନି ଜବତ କରି ତଦନ୍ତ ଚଳାଇଛି । ଗାଡି ଚାଳକ ଫେରାର ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.