Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

୧୬୦୦ରୁ ଅଧିକ ବିମାନରେ ଯାତ୍ରା କରିଛନ୍ତି ଶହ ଶହ କରୋନା ସଂକ୍ରମିତ, ୧୧ ହଜାର ଲୋକଙ୍କୁ ରହିଛି ବିପଦ

28/09/2020 at 3:34 PM

ନ୍ୟୁୟର୍କ, ୨୮|୦୯  : ଚଳିତ ବର୍ଷ ବିଭିନ୍ନ ବିମାନରେ ଶହଶହ କରୋନା ସଂକ୍ରମିତ ଯାତ୍ରା କରିଛନ୍ତି । ଏପରି ଅନେକ ବିମାନ ଅଛି ଯେଉଁଥିରେ ଏକ ବା ଏକାଧିକ କରୋନା ଆକ୍ରାନ୍ତ ଯାତ୍ରା କରିଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛି ଆମେରିକାର ପ୍ରମୁଖ ସ୍ୱାସ୍ଥ୍ୟ ସଂସ୍ଥା ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନସନ୍ ବା ସିଡିସି ।

ସିଡିସି କହିଛି ଯେ, ଏପରି ୧୬୦୦ରୁ ଅଧିକ ବିମାନ ବାବଦରେ ତଥ୍ୟ ମିଳିଛି । ତେବେ ଅଧିକ ତଥ୍ୟ ସଂସ୍ଥା ପକ୍ଷରୁ ଦିଆଯାଇ ନାହିଁ । ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ଉଡାଣ ଭରିଥିବା ପ୍ରାୟ ୧୬୦୦ ବିମାନରେ କରୋନା ପଜିଟିଭ୍ ଥିଲେ । ଏହି ସଂକ୍ରମିତମାନେ ପ୍ରାୟ ୧୦୯୦୦ଜଣଙ୍କ ସଂସ୍ପର୍ଶରେ ଆସିଥିବା ଅନୁମାନ କରାଯାଉଛି । ଏହି ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇଥିଲା । ଅନେକ ବ୍ୟକ୍ତି ଏହି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ଚିହ୍ନଟ ହୋଇଥିଲେ ।

କରୋନାକୁ ନେଇ ଏବେ ଯାତ୍ରୀମାନେ ବିମାନ ଯାତ୍ରାକୁ ସୁରକ୍ଷିତ ମଣୁଛନ୍ତି । ଆମେରିକାରେ ଗତବର୍ଷ ତୁଳନାରେ ମାତ୍ର ୩୦ ପ୍ରତିଶତ ହିଁ ଯାତ୍ରା କରିଛନ୍ତି । ଏହାକୁ ନେଇ ଏୟାରଲାଇସେନ୍ସ ଫର୍ ଆମେରିକାର ଭାଇସ୍ ପ୍ରେସିଡେଣ୍ଟ ନିକ୍ କୋଲିଓ କହିଛନ୍ତି ଯେ, ଲୋକମାନେ ଘର ଅପେକ୍ଷା ବିମାନରେ ଅଧିକ ସୁରକ୍ଷିତ । କାରଣ କାରଣ ଏୟାରଲାଇନ୍ସରେ ଲୋକମାନେ ସୀମିତ ସ୍ଥାନରେ ରହିଥାନ୍ତି ।

ସୂଚନାଯୋଗ୍ୟ, ଆମେରିକାରେ ମୋଟ୍ ୭୩ ଲକ୍ଷରୁ ଅଧିକ ଓ ଭାରତରେ ୬୦ ଲକ୍ଷରୁ ଅଧିକ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇ ସାରିଛନ୍ତି । ସାରା ବିଶ୍ୱରେ ଏହି ସଂଖ୍ୟା ୩ କୋଟି ୩୩ ଲକ୍ଷରୁ ଅଧିକ ଥିବା ବେଳେ ପ୍ରାୟ ୧୦ ଲକ୍ଷ ପ୍ରାଣ ହରାଇଛନ୍ତି ।

   Related Posts