Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

୧୬୦ ଆତଙ୍କବାଦୀ ନିହତ, ୧୦୨ ଗିରଫ ତଥାପି ସକ୍ରିୟ ଅଛନ୍ତି ୨୫୦

31/12/2019 at 6:41 PM

ଶ୍ରୀନଗର ୩୧।୧୨: ଜାମ୍ମୁ –କାଶ୍ମୀର ଆତଙ୍କୀଙ୍କ ଲାଗି ୨୦୧୯ ଥିଲା ଭୟଙ୍କର । ସୀମା ଅତିକ୍ରମ କରି ହିଂସା କାଣ୍ଡ ଘଟାଇଥିବା ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କୁ କଡା ଜବାବ ଦେଇଛି ଭାରତୀୟ ସେନା । ୨୦୧୯ରେ ଆଜି ସୁଦ୍ଧା  ଜାମ୍ମୁ–କାଶ୍ମୀରରେ ୧୬୦ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଗିରଫ ଆତଙ୍କବାଦୀଙ୍କ ସଂଖ୍ୟା ୧୦୨ । ତେବେ ଏବେ ବି ରାଜ୍ୟରେ ଅନେକ ଆତହ୍କୀ ସକ୍ରିୟ ଅଛନ୍ତି ।  ସେମାନଙ୍କ ସଂଖ୍ୟା ୨୫୦ ପାଖାପାଖି ହେବ ବୋଲି କହିଛନ୍ତି ଜାମ୍ମୁ–କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ । ତେବେ ସବୁଠୁ ବଡ କଥାଟି ହେଲା ସ୍ଥାନୀୟ ଯୁବକ ମାନେ ଏବେ ଆତଙ୍କବାଦୀ ସଂଗଠନ ଆଡୁ ମୁହଁ ଫେରାଇଛନ୍ତି ।

ଡିଜିପିଙ୍କ ସୂଚନା ଅନୁସାରେ , ୨୦୧୮ରେ  ଜାମ୍ମୁ–କାଶ୍ମୀରର ୨୧୮ ଜଣ ଯୁବକ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିଲେ । କିନ୍ତୁ ୨୦୧୯ ରେ ସେହି ସଂଖ୍ୟା ୧୩୯ କୁ କମିଯାଇଛି । ତେବେ ସେମାନଙ୍କ ଭିତରୁ ମାତ୍ର  ୮୯ ଜଣ ଏବେ  ତିଷ୍ଠିଛନ୍ତି । ଏହି ଯୁବକମାନେ ଆତଙ୍କୀ ସଂଗଠନରେ ସାମିଲ ହେବାର ୨୪ ଘଣ୍ଟାରୁ ୨-୩ ମାସ ମଧ୍ୟରେ ପ୍ରାଣ ହରାଇଛନ୍ତି। ଡିଜିପି କହିଛନ୍ତି ଖୁବ କମ୍ ବୟସ୍କ ଆତଙ୍କବାଦୀ ଏବେ ଯାଏଁ ତିଷ୍ଠିଛନ୍ତି ଓ ହିଂସା କାଣ୍ଡ ଘଟାଉଛନ୍ତି। 

ଜାହାଙ୍ଗିର ସରୁରି, ରିଆଜ ନାଇକୁଙ୍କୁ ଛାଡିଦେଲେ, ଆଉ ସେଭଳି କେହି କୁଖ୍ୟାତ ଆତଙ୍କୀ ବେଶିଦିନ ସେନା ଓ ପୋଲିସ  ଗୁଳିରୁ ବର୍ତ୍ତିନାହାନ୍ତି । ତେବେ ୨୦୧୯ ରେ ଜାମ୍ମ –କାଶ୍ମୀର ଅପେକ୍ଷାକୃତ ଶାନ୍ତ ରହିଛି ।ଆତଙ୍କବାଦୀ ଜନିତ ହିଂସା ୩୦ ପ୍ରତିଶତ କମିଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିରେ ମଧ୍ୟ ୩୬ ପ୍ରତିଶତ ହ୍ରାସ ଘଟିଥିବା ଡିଜିପି ଦିଲବାଗ ସିଂହ କହିଛନ୍ତି ।

   Related Posts