Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

କ୍ୱାରେଣ୍ଟାଇନରେ ଉଦ୍ଧବଙ୍କ ୧୬୦ ସୁରକ୍ଷା କର୍ମୀ, କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଆଶଙ୍କା

7/04/2020 at 7:09 PM

ମୁମ୍ବାଇ, ୦୭|୦୪:  ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସୁରକ୍ଷା ଟିମର ୧୬୦ ଜଣ ସଦସ୍ୟଙ୍କୁ କ୍ୱାରେଣ୍ଟାଇନରେ ପଠାଯାଇଛି । ସେମାନଙ୍କ ନମୂନା ଟେଷ୍ଟିଂ ପାଇଁ ପଠାଯାଇଥିଲେ ମଧ୍ୟ ରିପୋର୍ଟ ଆସିନାହିଁ । ଉଦ୍ଧବଙ୍କ ବାସଭବନ ମାତୋଶ୍ରୀ ନିକଟରେ ମଙ୍ଗଳବାର ଏକ ଚା ଦୋକାନୀ କରୋନା ସଂକ୍ରମିତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ପ୍ରାୟ ୧୬୦ ଜଣ ସୁରକ୍ଷା କର୍ମୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ସେମାନେ ଚା ବିକାଳୀଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି । ଏନେଇ ବିଏମସିର ଡେପୁଟୀ କମିଶନର ଦକ୍ଷା ଶାହ ସୂଚନା ଦେଇଛନ୍ତି । ତେବେ ଭୟଭୀତ ନହେବାକୁ ସେ ପରାମର୍ଶ ଦେଇଛନ୍ତି । 

କରୋନା ଯୋଗୁଁ ମହାରାଷ୍ଟ୍ରର ଅବସ୍ଥା ଦିନକୁ ଦିନ ଗମ୍ଭୀର ହାବରେ ଲାଗିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଆବାସ ‘ମାତୋଶ୍ରୀ’ ନିକଟରେ ଥିବା ଜଣେ ଚା ଦୋକାନୀ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା । ଏହାପରେ ‘ମାତୋଶ୍ରୀ’ ଅଞ୍ଚଳକୁ ସିଲ୍ କରାଯାଇଛି । ସୋମବାର ସୁଦ୍ଧା ମହାରାଷ୍ଟ୍ରରେ ପୀଡିତଙ୍କ ସଂଖ୍ୟା ୮୬୮ରେ ପହଞ୍ଚିଛି । ଗୋଟିଏ ଦିନରେ ମୁମ୍ବାଇରେ ୫୨ ଜଣ ଆକ୍ରାନ୍ତ ହେବାସହ ୭ଜଣଙ୍କର ମୃତ୍ୟୁ ହୋଇଛି ।

ବିଏମସିର ଜଣେ ଅଧିକାରୀ କହିଛନ୍ତି ଯେ, ଚା ଦୋକାନୀ କରୋନା ପଜିଟିଭ ଜଣାପଡିବା ପରେ ସୁରକ୍ଷା ଦୃଷ୍ଟିରୁ ‘ମାତୋଶ୍ରୀ’କୁ ସିଲ କରାଯାଇଛି । ସେହି ଅଞ୍ଚଳକୁ ସଂକ୍ରମଣ ମୁକ୍ତ କରିବା ପାଇଁ ସାନିଟାଇଜର ସ୍ପ୍ରେ କରାଯାଇଛି । ବର୍ତ୍ତମାନ ସେ ଯୋଗାଯୋଗରେ ଆସିଥିବା ଲୋକଙ୍କୁ ଖୋଜାଚାଲିଛି ।

   Related Posts