Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ସ୍କୁଲରେ ସବୁବେଳେ ପ୍ରଥମ ହେଉଥିଲେ ବୋଲି ଈର୍ଷାରେ ନିଜ ଭାଇମାନେ ଭଉଣୀକୁ କଲେ ଗଣଦୁଷ୍କର୍ମ

30/06/2019 at 3:12 PM

ସୀତାପୁରା ୩୦/୬ : ଉତ୍ତର ପ୍ରଦେଶ ସୀତାପୁରାରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲ କ୍ୟାମ୍ପସରେ ଗଣଦୁଷ୍କର୍ମ କରାଯାଇଛି । ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି ତାଙ୍କରି ଦାଦା ପୁଅ ଭାଇ । ସେ ବହୁତ ଭଲ ପାଠ ପଢ଼ନ୍ତି ଏବଂ ସ୍କୁଲରେ ସବୁବେଳେ ପ୍ରଥମ ହୁଅନ୍ତି ବୋଲି ଭାଇମାନେ ତାଙ୍କୁ ଈର୍ଷା କରନ୍ତି । ଈର୍ଷାର ବଶବର୍ତ୍ତୀ ହୋଇ ନୃଶଂସ ଭାଇମାନେ ଭଉଣୀକୁ ଖାଇବାରେ ନିଶା ଦେଇ ତାଙ୍କ ସହ ଗଣଦୁଷ୍କର୍ମ କରିଛନ୍ତି । ଗଣଦୁଷ୍କର୍ମର ଭିଡିଓ ରେକଡିଂ କରି ତାକୁ ହ୍ୱାଟ୍ସଆପ ଗ୍ରୁପରେ ସେୟାର କରିଥିଲେ । ହ୍ଵାଟ୍ସଆପ ଗ୍ରୁପରେ ଏହି ଦୁଷ୍କର୍ମ ଭିଡିଓ ସେୟାର କଲାପରେ ଘଟଣା ଜଣାପଡିଥିଲା ।

ଘଟଣା ଜଣାପଡିବା ପରେ ଶନିବାର ଦିନ ୫ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି । ଏବେ ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ ।

ପୋଲିସ ପୀଡିତାଙ୍କ ବୟାନ ରେକର୍ଡ କରିଛି । ଅତିରିକ୍ତ ଏସପି ମଧୁବନ କୁମାର ସିଂହ କହିଛନ୍ତି, ପୀଡିତାଙ୍କ ବୟାନ ଅନୁଯାୟୀ, ଗତ ଦୁଇ ବର୍ଷ ହେଲା ସେ ନିଜ ସମ୍ପର୍କୀୟ ଭାଇମାନଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି । ଘଟଣା ସୀତାପୁରା ମୋହାଲି ଥାନା ଅନ୍ତର୍ଗତ ସରକାରୀ ସ୍କୁଲରେ ଘଟିଥିଲା । ଅଭିଯୁକ୍ତମାନେ ପୀଡିତାଙ୍କ ଠାରୁ ବୟସରେ ବଡ । ଶୁକ୍ରବାର ଦିନ ମଧ୍ୟାହ୍ନ ଭୋଜନ ସମୟରେ ଅଭିଯୁକ୍ତ ଭାଇମାନେ ଭଉଣୀକୁ ଖାଇବା ପାଇଁ ଡାକିଥିଲେ । ଭଉଣୀ ସେମାନଙ୍କ ସହ ଖାଇବା ପାଇଁ ରାଜି ହୋଇଯାଇଥିଲେ । ଅଭିଯୁକ୍ତମାନେ ତାଙ୍କ ଖାଇବାରେ ନିଶା ଦ୍ରବ୍ୟ ମିଶାଇ ତାଙ୍କୁ ଖୁଆଇ ଦେଇଥିଲେ । ଏହାପରେ ଛାତ୍ରୀଙ୍କ ହୋସ ନଥିଲା ।

ସେ ଚେତାଶୂନ୍ୟ ଥିବା ଅବସ୍ଥାରେ ସମ୍ପର୍କୀୟ ଭାଇମାନେ ତାଙ୍କ ସହ ଦୁଷ୍କର୍ମ କରିଥିଲେ ଏବଂ ଏହାର ଭିଡିଓ ମଧ୍ୟ ମୋବାଇଲରେ ରେକଡିଂ କରିଥିଲେ । ଯେତେବେଳେ ତାଙ୍କର ଚେତା ଫେରିଲା ସେ ପଚାରିଥିଲେ ତାଙ୍କୁ କଣ ହେଇଚି । ଅଭିଯୁକ୍ତମାନେ କହିଥିଲେ ସେ ଖେଳ ପଡିଆରେ ଚେତାଶୂନ୍ୟ ହୋଇ ପଡିଯାଇଥିଲେ । ସେଥିପାଇଁ ସେମାନେ ତାଙ୍କୁ ଷ୍ଟାଫ ରୁମକୁ ନେଇ ଆସିଥିଲେ । କିନ୍ତୁ ହ୍ଵାଟ୍ସଆପରେ ଭିଡିଓ ସେୟାର ହେବା ମାତ୍ରେ ଛାତ୍ରୀ ଜାଣିପାରିଥିଲେ ତାଙ୍କ ସହ ତାଙ୍କ ନିଜ ଭାଇମାନେ ଦୁଷ୍କର୍ମ କରିଛନ୍ତି । ପୀଡିତାଙ୍କ ମେଡିକାଲ ରିପୋର୍ଟ ଏଯାଏଁ ଆସିନାହିଁ ।

ସୂଚନାଯୋଗ୍ୟ ଯେ, ପୀଡିତା ଏବଂ ଅଭିଯୁକ୍ତ ଭାଇମାନେ ଜଏଣ୍ଟ ଫାମିଲିରେ ରୁହନ୍ତି ।

   Related Posts