'ପଢିବାକୁ ଯାଉଛି, ମୋତେ କେହି ଡିଷ୍ଟର୍ବ କରିବନି' ଏତିକି କହି ଘର କବାଟ ବନ୍ଦ କରି ପଙ୍ଖାରେ ଫାଶୀ ଲଗାଇ ଝୁଲିପଡିଲେ ନାବାଳିକା

Published By : Prameya-News7 Bureau | January 10, 2021 IST

ଜାମସେଦପୁର ୧୦/୦୧ : ଝାରଖଣ୍ଡ ଜାମସେଦପୁର ସହରର ଆଜାଦନଗର ଥାନା ଅନ୍ତର୍ଗତ ଜାକିର ନଗରରେ ଜଣେ ୧୬ ବର୍ଷର ନାବାଳିକା ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଛି। ଘଟଣା ଶନିବାର ରାତିରେ ଘଟିଛି। ମୃତ ନାବାଳିକା ହେଲେ କଶିଷ ପରବୀନ। ତାଙ୍କ ମୃତଦେହ ପଙ୍ଖାରେ ଓଢଣୀ ସହ ଝୁଲୁଥିବା ଅବସ୍ଥାରେ ଜବତ ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

ନାବାଳିକାଙ୍କ ଘର ଲୋକ କହିଛନ୍ତି ଯେ ଶନିବାର ଦିନ ରାତିରେ ନିଜ କୋଠରୀକୁ ଯିବାବେଳେ ସେ କହିଥିଲେ ଯେ ସେ ପଢିବାକୁ ଯାଉଛନ୍ତି, ତାଙ୍କୁ କେହି ଡିଷ୍ଟର୍ବ ନ କରନ୍ତୁ। କିଛି ସମୟ ପରେ ଘର ଲୋକ ଝିଅକୁ ଡାକିଥିଲେ କିନ୍ତୁ ସେ କିଛି ଜବାବ ଦେଇନଥିଲେ। ତାଙ୍କ କବାଟ ଭିତର ପଟୁ ବନ୍ଦ ଥିଲା। ଘରଲୋକ କବାଟ ଭାଙ୍ଗି ଦେଖିଲା ବେଳକୁ ଝିଅ ପଙ୍ଖାରେ ଝୁଲୁଥିଲା। ଘରଲୋକ ତାଙ୍କୁ ତୁରନ୍ତ ଓହ୍ଲାଇଥିଲେ କିନ୍ତୁ ସେତେବେଳେ ତାଙ୍କର ମୃତ୍ୟୁ ହୋଇସାରିଥିଲା।

ପୋଲିସ ମାମଲାର ତଦନ୍ତ କରୁଛି। ଆତ୍ମହତ୍ୟାର କାରଣ ଏବେ ସୁଦ୍ଧା ଜଣାପଡିନାହିଁ। କାଶିଷ୍ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଥାନ୍ତେ। ସୋମବାର ଦିନ ସେ ଫର୍ମ ଫିଲଅପ୍ କରିଥାନ୍ତେ। ତେବେ ଘରଲୋକ ବି ବୁଝି ପାରୁନାହାନ୍ତି ସେ କାହିଁକି ଆତ୍ମହତ୍ୟା କଲେ। ଫର୍ମ ଫିଲଅପ୍ ପାଇଁ ସେ ଶନିବାର ଦିନ ଷ୍ଟୁଡିଓ ଯାଇ ଫଟୋ ବି ଉଠାଇଥିଲେ। ଘରକୁ ଆସି ରାତି ୯ଟା ଖାଇଥିଲେ। ତାପରେ ପଢିବାକୁ ଯାଉଛନ୍ତି ବୋଲି କହି ନିଜ କୋଠରୀକୁ ଯାଇଥିଲେ।

ପୋଲିସ ଅନୁଯାୟୀ, ବହୁ ସମୟ ଧରି ସେ ବାହାରକୁ ନ ଆସିବାରୁ ଘର ଲୋକ ସନ୍ଦେହ କରିଥିଲେ ଓ ଝିଅକୁ ଡାକିଥିଲେ। ବାହାର ପଟୁ କବାଟ ବି ବାଡେଇଥିଲେ କିନ୍ତୁ କିଛି ପ୍ରତିକ୍ରିୟା ନ ମିଳିବାରୁ କବାଟ ଭାଙ୍ଗି ଦେଇଥିଲେ। କବାଟ ଭାଙ୍ଗି ଦେଖିଲା ବେଳକୁ କାଶିଷଙ୍କ ମୃତଦେହ ପଙ୍ଖାରେ ଝୁଲୁଥିଲା। ଘରଲୋକ କହିଛନ୍ତି ଯେ ସେ କୌଣସି ପ୍ରକାର ଅବସାଦରେ ବି ନଥିଲେ କି ତାଙ୍କୁ ଘରେ କେହି ଗାଳିଗୁଲଜ ମଧ୍ୟ କରିନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.