୧୬ବର୍ଷ ବାଳକକୁ ଶିକୁଳିରେ ବାନ୍ଧି ରଖିଥିଲେ ପରିବାର, କୌଶଳକ୍ରମେ ଖସିଆସିବା ପରେ ଭୁବନେଶ୍ବର ରେଲଓ୍ବେ ଷ୍ଟେସନରୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍

Published By : Prameya-News7 Bureau | August 02, 2019 IST

ଭୁବନେଶ୍ବର ୨|୮: ଭୁବନେଶ୍ବରରୁ ଶିକୁଳି ଓ କଡା ବନ୍ଧା ଥିବା ଅବସ୍ଥାରେ ନାବାଳକ ଉଦ୍ଧାର ହୋଇଛି । ରେଲୱେ ଷ୍ଟେସନରୁ ନାବାଳକକୁ ଉଦ୍ଧାର କରିଛି ରୁଚିକା ଚାଇଲ୍ଡ ଲାଇନ୍ । ନାବାଳକଙ୍କ ଗୋଡରେ ଶିକୁଳି ଓ କଡା ବନ୍ଧା ଥିବା ଦେଖି ସ୍ଥାନୀୟ ଲୋକେ ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ । ଖବର ପାଇବା ପରେ ରୁଚିକା ଚାଇଲ୍ଡ ଲାଇନ୍ ରେଲୱେ ଷ୍ଟେସନରେ ପହଞ୍ଚି ନାବାଳକଙ୍କୁ ଉଦ୍ଧାର କରିବା ସହ ଶିକୁଳି ଓ କଡାକୁ କାଟି ବାହାର କରିଥିଲେ ।

{"id":139964}

ନାବାଳକଙ୍କ ଘର ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ବୋଲି ଜଣାପଡିଛି । ଗତ ଦୁଇ ମାସ ହେଲା ତାଙ୍କ ବାପା ଓ ଭାଇ ଉଭୟ ତାଙ୍କୁ ଘରେ ବନ୍ଦ କରି ରଖିବା ସହ ଗୋଡରେ ଶିକୁଳି ଓ କଡା ଲଗାଇ ଏକ ଚେନରେ ବାନ୍ଧି ରଖିଥିଲେ । ତେବେ କୌଶଳ କ୍ରମେ ନାବାଳକ ଜଣଙ୍କ ଘରୁ ଖସି ଆସି ଟ୍ରେନ୍ ଯୋଗେ ଭୁବନେଶ୍ବର ପଳାଇ ଆସିଥିବା କହିଛନ୍ତି । ତେବେ ପରିବାର ଲୋକେ କାହିଁକି ନାବାଳକଙ୍କୁ  ଏମିତ ବାନ୍ଧି ରଖିଥିଲେ ତାର ତଦନ୍ତ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.