ଷୋହଳ ବର୍ଷୀୟ ଝିଅକୁ ଚେଙ୍କ ଲଗାଇଲେ ବାପା-ମାଆ ,ପଡ଼ୋଶୀ ଉଦ୍ଧାର କରି ହସପିଟାଲରେ କଲେ ଭର୍ତ୍ତି

Published By : Prameya-News7 Bureau | February 03, 2019 IST

ଚଣ୍ଡିଗଡ଼ ୩/୨- ଅମାନବିକତାର ସୀମା ଟପି ବାପା-ମାଆ ନିଜ ଝିଅକୁ କଲେ ଅତ୍ୟାଚାର । ଚେଙ୍କ ଲଗାଇ କଲେ ଗୁରୁତର, ପଡ଼ୋଶୀ ଉଦ୍ଧାର କରି କଲେ ଡ଼ାକ୍ତରଖାନରେ ଭର୍ତ୍ତି ।

ଏହିଭଳି ଅମାନବୀୟ ଘଟଣା ଘଟିଛି ଚଣ୍ଡିଗଡ଼ ରାମନଗର ଅଂଚଳରେ । ପୀଡ଼ିତାଙ୍କ ବୟାନ ରେକର୍ଡ଼ କରି ପୋଲିସ ଅଭିଯୁକ୍ତ ବାପା-ମାଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ରାମନଗର ଅଂଚଳରେ ୧୬ ବର୍ଷ ବୟସ୍କ ନିତା ବାପା-ମାଆଙ୍କ ସହ ରହୁଥିଲା । ଶୁକ୍ରବାର ଦିନ ମାଉସୀ ଘରକୁ ଯିବା କଥା କହିଥିଲେ ତାଙ୍କ ବାପା । କିନ୍ତୁ ମାଉସୀ ଘରକୁ ନ ଯାଇ ବାପା-ମାଆ କାମକୁ ଚାଲିଯାଇଥିଲେ । ନୀତା ଏହିକଥାରେ ରାଗିଯାଇ ଘର ବାହାରକୁ କୁଆଡ଼େ ବୁଲିବାକୁ ଯାଇଥିଲେ । ବାପା-ମାଆ ସଂଧ୍ୟାରେ ଘରକୁ ଫେରି ନୀତାକୁ ପାଇ ନଥିଲେ । ନୀତା ସଂଧ୍ୟାରେ ଘରକୁ ଫେରିବା ପରେ ବାପା ତାଙ୍କୁ ଦେଖି ରାଗିଯାଇଥିଲେ । ଫଳରେ ଲୁହା ରଡ଼୍ ଗରମ କରି କବାଟ ବନ୍ଦକରି ନିତାକୁ ଚେଙ୍କ ଦେଇଥିଲେ । ଏହି ଘଟଣା ରେ ମାଆ ମଧ୍ୟ ବାପାଙ୍କୁ ସମର୍ଥନ କରିଥିଲେ ।

ବନ୍ଦଘରେ ନୀତାକୁ ଚେଙ୍କ ଦେବା ସମୟରେ ଯେତେ ଆକୁଳ ନିବେଦନ କରିଥିଲେ ମଧ୍ୟ ତାଙ୍କୁ ଛାଡ଼ି ନଥିଲେ । ନିତାର ଚିତ୍କାର ଶୁଣି ପଡ଼ୋଶୀ ଲୋକ ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ ।

ପୋଲିସ ଏହି ଘଟଣାରେଉଭୟ ବାପା-ମାଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.