୧୬ ବର୍ଷ ବୟସରେ ଘର ଛାଡି ସିରିଆ ଚାଲିଯାଇଥିଲେ ଶମିମା ଅଲ୍ଲୀ। ଘର ଲୋକେ ତାଙ୍କ ଘର ଛାଡିବା ପଛର କାରଣ କିଛି ଜାଣି ପାରିନଥିଲେ। ତେବେ ଶେଷରେ ଜଣା ପଡିଥିଲା ଯେ ସେ ସିରିଆରେ ଆଇଏସଆଇ ଆତଙ୍କୀ ସଂଗଠନରେ ଯୋଗ ଦେଇଛନ୍ତି। ଶମିମା ଏତେ କମ ବୟସରୁ କାହିଁକି ଏଭଳି ରାସ୍ତା ବାଛିଲେ ତାକୁ ନେଇ ସବୁଠି ଆଶ୍ଚର୍ଯ୍ୟ ପ୍ରକାଶ ପାଇଥିଲା। ହେଲେ କଣ ହେଲା କେଜାଣି ଏବେ ଶମିମା ନିଜ ଜନ୍ମମାଟି ବ୍ରିଟେନ ଫେରିବାକୁ ଚାହୁଁଛନ୍ତି। ଏପଟେ କିନ୍ତୁ ବ୍ରିଟେନରେ ଶମିମାଙ୍କ ନାଗରିକତ୍ୱ ରଦ୍ଦ କରିଦିଆଯାଇଛି। ଯାହା ଫଳରେ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବା ଲାଗି ଶମିମାଙ୍କ ସବୁ ରାସ୍ତା ବନ୍ଦ ହୋଇଯାଇଛି।
ଏବେ ସେ ଘରକୁ ଫେରିବାର ଗୁହାରି କରୁଛନ୍ତି। ଦେଶରେ ତାର ନାଗରିକତା ରଦ୍ଦ କରିଛନ୍ତି ଫଳରେ ଦେଶକୁ ପ୍ରତ୍ୟାବର୍ତ୍ତନ କରିପାରିବ ନାହିଁ। ପ୍ରଥମ ଥର ପାଇଁ ଝିଅର ବାପା ସାମ୍ନାକୁ ଆସି କହିଛନ୍ତି ଯେ ତାଙ୍କ ଝିଅ ଶମିମା ସହ ଏଭଳି ଘଟିବା ଉଚିତ୍ ହୋଇଛି। ସେ ଏବେ ନିଜ କୃତକର୍ମର ଫଳ ଭୋଗ କରନ୍ତୁ। ଶମିମାର ବାପା ଅହମଦ ଅଲ୍ଲୀଙ୍କୁ ଏବେ ୬୦ ବର୍ଷ। ସେ ପ୍ରଥମ ଥର ପାଇଁ ମିଡିଆ ସାମ୍ନାକୁ ଆସି ଏହି ମନ୍ତବ୍ୟ ଦେଇଥିଲେ। ସେ ବ୍ରିଟିସ ସରକାରଙ୍କୁ କହିଥିଲେ ଯେ ତାଙ୍କ ଝିଅ ନଫେରିଲେ ମଧ୍ୟ ତାଙ୍କୁ କିଛି ଅସୁବିଧା ନାହିଁ। ତାଙ୍କ ଝିଅ ସିରିଆରେ କିଛି କାମରେ ଫସିଯାଇଛି ବୋଲି ଅଲ୍ଲୀ କହିଛନ୍ତି। କିନ୍ତୁ ଦେଶର ନିୟମ ଅନୁସାରେ ଯଦି ତା ନାଗରିକତା ରଦ୍ଦ କରିବା ଆବଶ୍ୟକ ତାହେଲେ ସେ ଏହି ନିଷ୍ପତ୍ତିକୁ ସମର୍ଥନ କରୁଛନ୍ତି ବୋଲି କହିଛନ୍ତି।
ସେ କହିଛନ୍ତି ଯେ ଶମିମାକୁ ନିଜ ଭୁଲ ମାନିବାକୁ ମଧ୍ୟ ରାଜି ନାହିଁ । ସେ ଶମିମାକୁ ଭୁଲ ମାଗିବା ପାଇଁ କହିଥିଲେ କିନ୍ତୁ ସେ ମାନିନଥିଲା। ଆଶ୍ଚର୍ଯ୍ୟର କଥା ଏହା ଯେ ଆମେରିକାରେ ରହୁଥିବା ଶମିମା ପରିବାରର ସଂପର୍କିୟ ତାକୁ ଫେରାଇ ଆଣିବା ପାଇଁ ସରକାରଙ୍କୁ ଅପିଲ କରିଛନ୍ତି।