ଆନ୍ଧ୍ର ପ୍ରଦେଶରେ ଦିନକ ପାଇଁ କଲେକ୍ଟର ଭାବେ କାର୍ଯ୍ୟଭାର ସମ୍ଭାଳିଲେ ଏମ ଶ୍ରାବଣୀ

Published By : Prameya-News7 Bureau | October 13, 2020 IST

ହାଇଦ୍ରାବାଦ ୧୩/୧୦: ଗୋଟିଏ ଦିନ ପାଇଁ କଲେକ୍ଟର ହୋଇଛନ୍ତି ୧୬ ବର୍ଷୀୟା ଏମ ଶ୍ରାବଣୀ। ଆନ୍ଧ୍ର ପ୍ରଦେଶର ଅନନ୍ତମପୁରମ ଜିଲ୍ଲାର କଲେକ୍ଟର ଭାବେ ରବିବାର ସେ କାର୍ଯ୍ୟଭାଳ ସମ୍ଭାଳି ଥିଲେ । ସେହି ଦିନ ପ୍ରଥମେ ସେ ଅନୁସୂଚିତ ଜାତି/ଜନଜାତି ଅଧିନିୟମ ଅଧିନରେ ଜଣେ ପୀଡ଼ିତାଙ୍କ ପରିବାରକୁ ୨୫ ହଜାର ଟଙ୍କା ଦେବା ନେଇ ଫାଇଲକୁ ମଞ୍ଜୁରି ପ୍ରଦାନ କରିଥିଲେ। ଏହା ପରେ ମହିଳା ଅଧିକାରୀଙ୍କୁ ସକାଳ ୮ରୁ ରାତି ୮ଟା ପର୍ଯ୍ୟନ୍ତ ଅଫସିଆଲ କଲ ବାହାରୁ ରଖାଯାଇଥିବା ଆଦେଶ ଉପରେ ହସ୍ତାକ୍ଷର କଲେ। ଏହା ପରେ ସେ ଟାଉନ ପରିକ୍ରମା କରି ରାସ୍ତା ମରାମତି ପାଇଁ ଆଦେଶ ଦେଲେ। ଏହା ସହ ସେ ମୁନିସପାଲ ବାଳିକା ଉଚ୍ଚବିଦ୍ୟାଳୟରେ ମାଗଣାରେ ସ୍କୁଲ କିଟ୍ ପିଲାମାନଙ୍କୁ ଦିଆଯାଉଛି କି ନାହିଁ ସେ ସମ୍ପର୍କରେ ଜାଣିବା ଲାଗି ପହଞ୍ଚିଲେ।

{"id":343539,"width":587,"height":356,"sizeSlug":"large"}

ତେବେ ଶ୍ରାବଣୀ ଇଣ୍ଟରନସନାଲ ଗର୍ଲ ଚାଇଲ୍ଡ ଡେ ଅବସରେ ଦିନକ ପାଇଁ ଏ କାର୍ଯ୍ୟଭାର ସମ୍ଭାଳିବାର ସୁଯୋଗ ପାଇ ଥିଲେ। କଲେକ୍ଟର ଭାବେ ଅଧ୍ୟକ୍ଷତା କରିବା ତଥା ଶାସନ ଉପରେ ପ୍ରଥମ ଛାପ ପକାଇବାରେ ତାହା ଥିଲା ତାଙ୍କ ପାଇଁ ପ୍ରଥମ ସୁଯୋଗ। ତାଙ୍କୁ ଗୋଟିଏ ଦିନ ପାଇଁ ସବୁ ପ୍ରକାର ପ୍ରଶାସନିକ ଦାୟିତ୍ବ ହସ୍ତାନ୍ତର କରାଯାଇଥିଲା। ତେବେ କଲେକ୍ଟର  ଗନ୍ଧମ ଚନ୍ଦ୍ରୁଡୁଙ୍କ ଦ୍ବାରା ଏହା ଥିଲା ‘ବାଳିକା ଭବିଷ୍ୟଥୁ’ କାର୍ଯ୍ୟକ୍ରମର ଅଂଶବିଶେଷ। ଝିଅ ପିଲାଙ୍କୁ ଉତ୍ସାହିତ କରିବା ଦିଗରେ ସେ ଏହାର ପରିକଳ୍ପନା କରିଥିଲେ। ଏ ପାଇଁ ବିଭିନ୍ନ ସ୍କୁଲରୁ ପିଲାଙ୍କୁ ମନୋନୀୟ କରାଯାଇ ଥିଲା।

ଶ୍ରାବଣୀ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ଯୁକ୍ତ ଦୁଇର ଛାତ୍ରୀ। ତାଙ୍କ ବାପା ଜଣେ ଚାଷୀ। ସେହିପରି ଦଶମ ଶ୍ରେଣୀର ଛାତ୍ରୀ ବି ମନୁଷୁରୀ ସଂଯୁକ୍ତ କଲେକ୍ଟର ଭାବେ ଦିନକ ପାଇଁ କାମ କରିଥିଲେ। ତାଙ୍କ ବାପା ମଧ୍ୟ ଜଣେ ମେକାନିକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.