Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ନାବାଳିକାଙ୍କୁ ଜଙ୍ଗଲକୁ ଟେକିନେଇ ଦୁଷ୍କର୍ମ ପରେ ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ : ରାଜି ନହେବାରୁ କରିଦେଲେ ଭାଇରାଲ

8/01/2021 at 5:20 PM

ଆଗ୍ରା ୦୮/୦୧ : ଉତ୍ତର ପ୍ରଦେଶର ବଦାୟୁରେ ଜଣେ ୫୦ ବର୍ଷିୟା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣା ମନରୁ ନଲିଭୁଣୁ ଆଉ ଏକ ଲୋମଟାଙ୍କୁରା ଘଟଣା ସମ୍ନାକୁ ଆସିଛି । ଆଗ୍ରାର ଫିରୋଜାବାଦ ଜିଲ୍ଲାର ନରଖୀ ଅଞ୍ଚଳରେ ଜଣେ ନାବାଳିକାକୁ ଜୋର ଜବରଦସ୍ତ ଜଙ୍ଗଲକୁ ଟେକି ନେଇ ଜଣେ ୨୮ ବର୍ଷର ଯୁବକ ଦୁଷ୍କର୍ମ କରିଥିବା ମାମଲା ସାମ୍ନାକୁ ଆସିଛି ।

ଅଭିଯୁକ୍ତ ଯୁବକଜଣକ ୧୬ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିଥିଲା ଏବଂ ତାର ଜଣେ ସହଯୋଗୀ ମୋବାଇଲରେ ଏହାର ଭିଡିଓ ରେକର୍ଡ କରିଥିଲା । କାହାକୁ କିଛି କହିଲେ ଭିଡିଓକୁ ଭାଇରାଲ କରିଦେବାକୁ ଧମକ ମଧ୍ୟ ଦେଇଥିଲା । ଏହି ଘଟଣା ୧ ଡିସେମ୍ବର ୨୦୨୦ରେ ଘଟିଥିଲା । ଘଟଣାରେ ସେହି ଅଞ୍ଚଳର ଭୂରି ସିଂହ ନାମକ ଜଣେ ଯୁବକ ସଂପୃକ୍ତି ଥିଲା ଏବଂ ଅଭିଯୁକ୍ତର ଜଣେ ସହଯୋଗୀ ଅନିଲ କୁମାର ଭିଡିଓ ରେକର୍ଡ କରିଥିବା ପୋଲିସକୁ କହିଛନ୍ତି ପୀଡିତା ନାବାଳିକା ।

ଦୁଷ୍କର୍ମ ବେଳର ଭିଡିଓ ରେକର୍ଡ କରିବା ସହ ଘଟଣା ବାବଦରେ କାହାକୁ କହିଲେ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇଥିଲା ଅଭିଯୁକ୍ତ । କେବଳ ସେତିକି ନୁହେଁ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇ ସେହି ମାସରେ ଅଭିଯୁକ୍ତଜଣକ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡିତା ନାବାଳିକା ।  

ତେବେ ଅଭିଯୁକ୍ତ ଯୁବକ ନାବାଳିକାଙ୍କୁ ପୁନଶ୍ଚ ଭେଟିବା ପାଇଁ କହିଥିଲା । ଏଥିରେ ଅତିଷ୍ଟ ହୋଇ ନାବାଳିକାଜଣକ ରାଜି ନହେବାରୁ ଅଭିଯୁକ୍ତ ଯୁବକ ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲା ।

ଘଟଣା ବାବଦରେ ଫିରୋଜାବାଦ ଏଏସପି ମୁକେଶ ଚନ୍ଦ୍ର ମିଶ୍ର କହିଛନ୍ତି, ୧୬ ବର୍ଷୀୟା ନାବାଳିକାଙ୍କ ଦ୍ବାରା ଅଭିଯୋଗ କରାଯାଇଥିଲା । ତାଙ୍କର ବୟାନ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛି । ତେବେ ତାକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ।

   Related Posts