ଆମେରିକାରେ ୬୧ ବର୍ଷ ବୟସ୍କ ଭାରତୀୟଙ୍କୁ ଗୁଳି କରି ହତ୍ୟା କରିଛି ୧୬ ବର୍ଷ ବୟସ୍କ ନାବାଳକ

Published By : Prameya-News7 Bureau | November 18, 2018 IST

ନ୍ୟୁୟର୍କ ୧୮/୧୧ : ଆମେରିକାର ନ୍ୟୁ ଜର୍ସିରେ ଜଣେ ୬୧ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଜଣେ ୧୬ ବର୍ଷ ବୟସ୍କ ଯୁବକ ଗୁଳି କରି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି | ମୃତ ବ୍ୟକ୍ତି ଜଣକ ହେଲେ ସୁନୀଲ ଏଡ଼ଲା | ଗଣମାଧ୍ୟମ ସୂଚନା ଅନୁଯାୟୀ ଆସନ୍ତା ୨୭ ତାରିଖରେ ସୁନୀଲ ଏଡ଼ଲା ନିଜ ମା;ଙ୍କ ଜନ୍ମଦିନ ପାଳନ କରିବା ପାଇଁ ଭାରତ ଆସିଥାନ୍ତେ | କିନ୍ତୁ ଏହା ପୂର୍ବରୁ ହିଁ ବେଣ୍ଟନର ସ୍ଥିତ ତାଙ୍କ ଘର ବାହାରେ ନିର୍ମମ ଭାବେ ଗୁଳି କରି ହତ୍ୟା କରିଦିଆଯାଇଛି | ସୁନୀଲ ଆଟଲାଣ୍ଟିକ ସିଟିର ଏକ ଚର୍ଚ୍ଚରେ ପିଆନୋ ବଜାନ୍ତି | ତାଙ୍କର ଦୁଇଟି ସନ୍ତାନ ଅଛନ୍ତି | ସେ ଗତ ୩୦ ବର୍ଷ ହେଲା ଆଟଲାଣ୍ଟିକ କାଉଣ୍ଟିରେ ରହିଆସୁଥିଲେ | ମେଡିକାଲ ଯାଞ୍ଚରେ ଜଣାପଡିଛି ଯେ, ତାଙ୍କୁ ବହୁତଗୁଡିଏ ଗୁଳି ବାଜିଛି | ତାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଜଣେ ନାବାଳକ | ସତହଣୀୟ ପୋଲିସ ଅଭିଯୁକ୍ତ ବାଳକକୁ ହାର୍ବାର ସିଟିରୁ ଗିରଫ କରିଛି | ତେବେ ହତ୍ୟା କାରଣ ଏବେ ଯାଏ ସ୍ପଷ୍ଟ ହୋଇନାହିଁ | ରିପୋର୍ଟ ଅନୁଯାୟୀ, ସୁନୀଲଙ୍କ କାର ଲୁଟିବା ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି | ଅଭିଯୁକ୍ତ ଉପରେ ହତ୍ୟା, ଲୁଟ, ଚୋରି ଏବଂ ବେଆଇନ ହତିଆର ରଖିଥିବା ନେଇ ମାମଲା ରୁଜ୍ଜୁ କରିଛି ପୋଲିସ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.