ନିଯୁକ୍ତ ହେବେ ୧୬ ହଜାର ଶିକ୍ଷକ, ଡିସେମ୍ବର ପୂର୍ବରୁ ଶେଷ ହେବ ନିଯୁକ୍ତି ପ୍ରକ୍ରିୟା

Published By : Prameya-News7 Bureau | November 03, 2021 IST

ଭୁବନେଶ୍ବର ୩।୧୧: ନଭେମ୍ବର ମାସରେ ୧୬ ହଜାର ଶିକ୍ଷକ ନିଯୁକ୍ତି ହେବେ । ଡିସେମ୍ବର ମାସ ପୂର୍ବରୁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ଏହା ଫଳରେ ଶିକ୍ଷକ ଅଭାବ ସମସ୍ୟା ରହିବନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ସେପଟେ ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ମନ୍ତ୍ରୀ । ପ୍ରଥମରୁ ପଞ୍ଚମ ଶ୍ରେଣୀ ନୂତନ ବର୍ଷ ପରେ ଖୋଲିବା ନେଇ ଆଶାବାଦୀ ଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ କହିଛନ୍ତି ପର୍ଯ୍ୟାୟ କ୍ରମେ ଶ୍ରେଣୀ ଖୋଲିବ । ପ୍ରଥମ ପର୍ଯ୍ୟାୟରେ ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ଖୋଲିବ । ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ କରୋନା ଗାଇଡଲାଇନ କହିବା କିଛି ମାନେ ନାହିଁ, ସେମାନେ ବୁଝିବେ ନାହିଁ । ଫଳରେ ତାଙ୍କ ଶ୍ରେଣୀ ଖୋଲିବା ନେଇ ବିଚାର ବିମର୍ଶ ହେବ ବୋଲି ମନ୍ତ୍ରୀ କହିଛନ୍ତି । ସେପେଟ ଦରବୃଦ୍ଧି ପାଇଁ ଏଡିଏମ ପ୍ରଭାବିତ ହେଉଥିବାକୁ ନେଇ ମନ୍ତ୍ରୀ ସ୍ବୀକାର କରିଛନ୍ତି । ଏହା ଜାତୀୟ ପଲିସି ହୋଇଥିବାରୁ ଓଡିଶା ସହ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରକୁ ଅବଗତ କରାଇଥିବା ମନ୍ତ୍ରୀ କହିଛନ୍ତି ।

ବୁଧବାର ସମ୍ବଲପୁର ଲେଡି ଲୁଇସ ସ୍କୁଲ ଗସ୍ତ କରିବା ସହ ମନ୍ତ୍ରୀ ସ୍ମାର୍ଟ କ୍ଲାସ ବୁଲି ଦେଖିଛନ୍ତି । ଛାତ୍ରଛାତ୍ରୀଙ୍କ ସହ ପାଠପଢା ବିଷୟରେ ଆଲୋଚନା ବି କରିଛନ୍ତି। ସେପଟେ ମନ୍ତ୍ରୀଙ୍କୁ ପାଖରେ ପାଇ ବେଶ ଖୁସି ଛାତ୍ରଛାତ୍ରୀ । ଷଷ୍ଠ-ସପ୍ତମ ଶ୍ରେଣୀ ଖୋଲିବା ନେଇ ପୁରା ପ୍ରସ୍ତୁତ ଥିବା ଶିକ୍ଷକମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.