Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

କୋଭିଡ୍ ନିୟମ ଭାଙ୍ଗି ତଣ୍ଡ ଗଣି​‌ଲେ ବ୍ୟବସାୟୀ, ୧୬ ଦୋକାନ ସିଲ୍‌

21/07/2020 at 3:04 PM

 ଆନନ୍ଦପୁର୨୧/୭: କୋଭିଡ୍‌ ନିୟମକୁ ଉଲଂଘନ କରି ତଣ୍ଡ ଗଣିଲେ ବ୍ୟବସାୟୀ। ପ୍ରଶାସନର ବାରମ୍ବାର ତାଗିତ ପରେ ବି ଆନନ୍ଦପୁର ପୌରାଞ୍ଚଳର କେତେକ ବ୍ୟବସାୟୀ କୋଭିଡ୍ କଟକଣାକୁ ବେଖାତିର କରିଥିବା ଅଭିଯୋଗ ହୋଇଥିଲା। ଦୋକାନ ସାମ୍ନାରେ ସାମାଜିକ ଦୂରତା ନିୟମକୁ ଫୁ କରି କିଣାବିକା କରୁଥିବାର ନଜୀର ଆସିଥିଲା। ଏକାସାଙ୍ଗରେ ମାଳମାଳ ଗ୍ରାହକ ରୁଣ୍ଡ ହୋଇ ଜିନିଷପତ୍ର କିଣାବିକା କରୁଥିବା ଅଭିଯୋଗ ହୋଇଥିଲା । ଏଭଳି ଦେଖି ସ୍ଥାନୀୟ ପ୍ରଶାସନ ଆକ୍ସନ ମୋଡ୍‌କୁ ଆସିଥିଲା।

ସ୍ଥାନୀୟ କୋଭିଡ୍ ନୋଡାଲ ଅଧିକାରୀ , ସ୍ଥାନୀୟ ପ୍ରଶାସନ, ଆନନ୍ଦପୁର ପୌର ନିର୍ବାହୀ ଅଧିକାରୀ, ଉପଖଣ୍ଡ ଚିକିତ୍ସା ଅଧିକାରୀ ଏବଂ ଘଷିପୁରା ପୋଲିସ୍ ମିଳିତ ଭାବେ ବିଭିନ୍ନ ବ୍ୟବସାୟୀ ପ୍ରତିଷ୍ଠାନ ଉପରେ ଚଢ଼ାଉ କରିଥିଲେ। କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ୧୬ଟି ଦୋକାନକୁ ସିଲ୍ କରିବା ସହ ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଇଥିଲା। ମିଳିଥିବା ସୂଚନା ମୁତାବକ, ୨୦ରୁ ଉର୍ଦ୍ଧ୍ବ ଦୋକାନରୁ ୫୮ ହଜାର ଟଙ୍କା ଫାଇନ୍‌ ଆଦାୟ କରାଯାଇଛି।   

   Related Posts