Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||
  • କରଞ୍ଜିଆ : ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ, ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ନିର୍ବାଚିତ ଜନ ପ୍ରତିନିଧିଙ୍କ ଧାରଣା ୪ର୍ଥ ଦିନରେ
  • ||

ସୁରକ୍ଷାକର୍ମୀଙ୍କ ଆଖିରେ ଲଙ୍କା ଗୁଣ୍ଡ ଛିଞ୍ଚି ଜେଲରୁ ଏକାଥରକେ ଫେରାର ହୋଇଗଲେ ୧୬ କଏଦୀ

6/04/2021 at 3:30 PM

ଯୋଧପୁର ୦୬/୦୪ : ରାଜସ୍ଥାନ ଯୋଧପୁର କଚେରୀ ପରିସରରେ ଥିବା କାରାଗାରରୁ ଏକାଥରକେ ୧୬ କଏଦୀ ଫେରାର ହୋଇଯାଇଛନ୍ତି। ସୋମବାର ରାତି ୮ଟା ସମୟରେ ଘଟିଥିବା ଏହି ଘଟଣା ପୋଲିସ ଓ ପ୍ରଶାସନର ହୋସ ଉଡାଇ ଦେଇଛି। କଏଦୀ ଯେଉଁଭଳି କାଣ୍ଡ ଭିଆଇଛନ୍ତି ତାକୁ ଦେଖି ଅଧିକାରୀ ସ୍ତବ୍ଦ ହୋଇଯାଇଛନ୍ତି। ଫେରାର କଏଦୀଙ୍କ ତଲାସୀ ଜାରି ରହିଛି ।

ସନ୍ଧ୍ୟା ପରେ କଏଦୀଙ୍କୁ ବ୍ୟାରେକରେ ବନ୍ଦ କରିବା କାମ ଚାଲିଥିଲା। ଏତିକିବେଳେ କଏଦୀମାନେ ସିପାହୀଙ୍କୁ ଧକ୍କା, ବିଧା ମାରିବା ଆରମ୍ଭ କରିଦେଲେ। ଏହାପରେ ସେଠାରେ ନିୟୋଜିତ ସିପାହୀଙ୍କ ଆଖିରେ ଲଙ୍କା ଗୁଣ୍ଡ ଓ ତରକାରୀ ଝୋଳ ଛିଞ୍ଚି ଦେଇଥିଲେ। କେହି କିଛି ବୁଝିବା ପୂର୍ବରୁ ୧୬ କଏଦୀ ଫେରାର ହୋଇଯାଇଥିଲେ।

ଜେଲ ପ୍ରଶାସନ କହିଛନ୍ତି ଯେ ଏକ ଆକସ୍ମିକ ଘଟଣା ଭଳି ଜଣାପଡ଼ୁନାହିଁ। ଏଥିପାଇଁ ଆଗରୁ ଯୋଜନା ପ୍ରସ୍ତୁତ ହୋଇଥିଲା। ଜେଲ ବାହାରେ ଆଗରୁ ହିଁ ଏକ ସ୍କର୍ପିଓ ଗାଡି ଛିଡା ହୋଇଥିଲା ଯେଉଁଥିରେ କଏଦୀ ବସି ଫେରାର ହୋଇଯାଇଛନ୍ତି ବୋଲି କୁହାଯାଉଛି। ଘଟଣା ସମ୍ପର୍କରେ ସୂଚନା ପାଇ ବଡ ବଡ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ପୁରା ଅଞ୍ଚଳରେ ନାକାବନ୍ଦୀ କରାଯାଇଛି। ପଡୋଶୀ ଜିଲ୍ଲାରେ ମଧ୍ୟ ଆଲର୍ଟ ଜାରି କରାଯାଇଛି। ଏହା ପୂର୍ବରୁ ୨୦୧୦ରେ ଚିତ୍ତୋରଗଡ ଜିଲ୍ଲା କାରାଗାରରୁ ଏକାଥରକେ ୨୩ କଏଦୀ ଫେରାର ହୋଇଯାଇଥିଲେ। ଏହି ଘଟଣା ପରେ ଏହା ଦ୍ୱିତୀୟ ବଡ ଘଟଣା। ପୋଲିସ ବିଭିନ୍ନ ସ୍ଥାନରେ କଏଦୀଙ୍କୁ ଖୋଜୁଛି।

ପୋଲିସ ହାତରେ ସିସିଟିଭି ଫୁଟେଜ ମଧ୍ୟ ଲାଗିଛି। କଏଦୀ କିଭଳି ଫେରାର ହୋଇଛନ୍ତି ତାହା ସିସିଟିଭିରେ କଏଦ ହୋଇଛି। କଏଦୀଙ୍କ ଫେରାର ମାମଲାରେ ଷଡଯନ୍ତ୍ରରେ କିଏ କିଏ ସାମିଲ ଅଛନ୍ତି ପୋଲିସ ସେମାନଙ୍କୁ ଖୋଜୁଛି।

   Related Posts