ପୁଣି ଚର୍ଚ୍ଚାରେ ଭିଲଓ୍ବାଡା ମଡେଲ୍ : ବର ସମେତ ୧୬ କରୋନା ସଂକ୍ରମିତ, ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | June 28, 2020 IST

ଭିଲଓ୍ବାଡା ୨୮।୬: କରୋନା ଭାଇରସ୍ ସଂକ୍ରମଣ ଉପରେ ପ୍ରଭାବଶାଳୀ ନିୟନ୍ତ୍ରଣ ପାଇଁ ‘ଭିଲଓ୍ବାଡା ମଡେଲ୍’ର ସାରା ଦେଶରେ ଆଲୋଚନା କରାଯାଇଥିଲା, କିନ୍ତୁ ବର୍ତ୍ତମାନ ଏକ ବିବାହରେ ସାମିଲ ହୋଇଥିବା ଅନେକ ଲୋକଙ୍କ ଜୀବନ ବାଜିରେ ଲାଗିଛି । ଏହି ବିବାହରେ ସାମିଲ ହୋଇଥିବା ୧୬ଜଣ ଲୋକ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୮ ଜଣଙ୍କୁ କ୍ବାରେଣ୍ଟାଇନ୍ ରେ ରଖାଯାଇଛି । ଜିଲ୍ଲା ପ୍ରଶାସନ ନା କେବଳ ସଂପୃକ୍ତ ପରିବାର ବିରୋଧରେ ମାମଲା ରୁଜୁ କରିଛି ବରଂ ୩ ଦିନ ମଧ୍ୟରେ ୬ ଲକ୍ଷରୁ ଅଧିକ ଟଙ୍କାର ଜରିମନା ଦେବାକୁ ମଧ୍ୟ କହିଛି ।

ସୂଚନାଯୋଗ୍ୟ ଯେ, ସହରର ଭଦାଦା ଅଞ୍ଚଳରେ ଘିସୁଲାଲ ରାଠୀଙ୍କ ପୁଅ ରିଜୁଲଙ୍କ ବିବାହ ଜୁନ୍ ୧୩ ତାରିଖରେ ହୋଇଥିଲା । ଯେତେବେଳେ ପରିବାର ପ୍ରଶାସନର ଅନୁମୋଦନ ଲୋଡିଥିଲେ ସେତେବେଳେ ସେମାନଙ୍କୁ ୫୦ରୁ ଅଧିକ ଲୋକଙ୍କୁ ଡାକିବା ସର୍ତ୍ତରେ ଅନୁମତି ଦିଆଯାଇଥିଲା । କିନ୍ତୁ ବିବାହ ଉତ୍ସବରେ ଅଧିକ ସଂଖ୍ୟକ ଲୋକ ଯୋଗଦେଇଥିଲେ । ସମସ୍ୟା ସେତେବେଳେ ହୋଇଥିଲା ଯେତେବେଳେ ବର ସମେତ ୧୬ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିଲେ । ଏହି ସଂକ୍ରମିତମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି ।

କରୋନା ଭାଇରସ୍ ସଂକ୍ରମଣ ଉପରେ ପ୍ରଭାବଶାଳୀ ନିୟନ୍ତ୍ରଣ ପାଇଁ ସାରା ଦେଶରେ ‘ଭିଲୱାଡା ମଡେଲ’ ଉପରେ ଆଲୋଚନା କରାଯାଇଥିଲା । କଡା ଆଭିମୁଖ୍ୟ ଗ୍ରହଣ କରି ଜିଲ୍ଲା ପ୍ରଶାସନ ବିପର୍ଯ୍ୟୟ ପରିଚାଳନା ଆଇନର ଧାରା ୫୧ ଏବଂ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦରେ ପକାଇଥିବାରୁ ଭାରତୀୟ ଦଣ୍ଡ ବିଧି ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

ଜିଲ୍ଲା ମାଜିଷ୍ଟ୍ରେଟ୍ ରାଜେନ୍ଦ୍ର ଭଟ୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ବିବାହ ଉତ୍ସବରେ ୫୦ରୁ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା ଏବଂ ବିବାହ କାର୍ଯ୍ୟକ୍ରମରେ କରୋନା ଭାଇରସ୍ ସଂକ୍ରମଣ (ସାମାଜିକ ଦୂରତା, ମାସ୍କ ପିନ୍ଧିବା) ରୋକିବା ନିୟମ ମଧ୍ୟ ପାଳନ କରାଯାଇ ନଥିଲା । ଏହି ବିବାହରେ ସାମିଲ ଥିବା ଲୋକଙ୍କ ମଧ୍ୟରେ ପ୍ରଥମ ସଂକ୍ରମଣ ମାମଲା ଜୁନ୍ ୧୯ରେ ସାମ୍ନାକୁ ଆସିଥିବାବେଳେ ଏପର୍ଯ୍ୟନ୍ତ ୧୬ ଜଣ ଲୋକ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଅଧିକ ଲୋକ ସଂକ୍ରମିତ ହେବାର ସମ୍ଭାବନା ରହିଛି ।

ନିର୍ଦ୍ଦେଶ ଅନୁଯାୟୀ, ଏହି ବିବାହରେ ସାମିଲ ହୋଇଥିବା ୧୫ ଜଣ ସଂକ୍ରମିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ୫୮ ଜଣ ଲୋକ ଆଇସୋଲେସନରେ ଅଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଆଇସୋଲେସନ ୱାର୍ଡ, ଆଇସୋଲେସନ କେନ୍ଦ୍ର ସୁବିଧା, ଖାଦ୍ୟ, ଯାଞ୍ଚ, ପରିବହନ ଏବଂ ଆମ୍ବୁଲାନ୍ସ ଇତ୍ୟାଦିରେ ପ୍ରାୟ ୬,୨୬,୦୦୦ଟଙ୍କା ରାଜସ୍ବ ହରାଇଛନ୍ତି । ୩ ଦିନ ମଧ୍ୟରେ ଏହି ରାଶି ସଂଗ୍ରହ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରେ ଦାଖଲ କରିବାକୁ ତହସିଲଦାରଙ୍କୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.