୧୬ ପାକିସ୍ତାନୀ ସୈନ୍ୟ ମୃତ- ବେଲୁଚ ଲିବରେସନ୍‌ ଆର୍ମି ପକ୍ଷରୁ ପାକ୍‌ସେନା କ୍ୟାମ୍ପ ଉପରେ ଆକ୍ରମଣ

Published By : Prameya-News7 Bureau | February 20, 2020 IST

ଇସଲାମାବାଦ ୨୦।୦୨- ବେଲୁଚିସ୍ତାନକୁ ମୁକ୍ତ କରିବା ପାଇଁ ଯୁଦ୍ଧ କରୁଥିବା ବେଲୁଚ ଲିବରେସନ୍‌ ଆର୍ମିର ଆକ୍ରମଣରେ ୧୬ ଜଣ ପାକିସ୍ତାନୀ ସୈନ୍ୟଙ୍କର ମୃତ୍ୟ ହୋଇଛି।


ସିଙ୍ଗସିଲାରେ ଥିବା ଏକ ସେନା କ୍ୟାମ୍ପ ଉପରେ ବେଲୁଚ ଲିବରେସନ୍‌ ଆର୍ମିର ସଦସ୍ୟମାନେ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ସେମାନେ ପାକିସ୍ତାନ ସେନା କ୍ୟାମ୍ପରେ ଥିବା ସମସ୍ତ ଅସ୍ତ୍ରଶସ୍ତ୍ର ନେଇଯିବା ପରେ ଏହି କ୍ୟାମ୍ପକୁ ଜାଳି ଦେଇଥିଲେ ।

ପରେ ସେମାନ ସେଠାରେ ଥିବା ସେନାର ଦୁଇଟି ଗାଡିକୁ ଜାଳି ଦେଇଥିଲୱେ । ବେଲୁଚିସ୍ତାନର ବାସିନ୍ଦାମାନେ ପାକିସ୍ତାନ ଗଠନ ହେବାପରଠାରୁ ସ୍ୱତନ୍ତ୍ର ହେବାପାଇଁ ଯୁଦ୍ଧ କରୁଛନ୍ତି । ପାକିସ୍ତାନ ପକ୍ଷରୁ ଅତ୍ୟାଚାର କରାଯାଇ ସେଠାରେ ଜବରଦସ୍ତ କବଜା କରି ରଖିଛି । ଏହାପରଠାରୁ ବେଲୁଚ ଲିବରେସନ୍‌ ଆର୍ମି ଓ ଅନ୍ୟ ସଙ୍ଗଠନ ପକ୍ଷରୁ ପାକିସ୍ତାନ ସେନା ସହ ବାରମ୍ବାର ସଙ୍ଘର୍ଷ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.