Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି ବରଖାସ୍ତ ହେଲେ ୧୬ ଦୁର୍ନୀତିଗ୍ରସ୍ତ ଅଧିକାରୀ : ତାଲିକାରେ ୫ ପ୍ରଧାନଶିକ୍ଷକ, ୪ ଇଂଜିନିୟର ଓ ୨ ଆରଆଇ

13/09/2019 at 4:50 PM

ଭୁବନେଶ୍ବର ୧୩|୯: ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣେଇଥିବା ‘ଜିରୋ ଟୋଲେରାନ୍ସ ’ନୀତିରେ ପୁଣି ଆଜି ୧୬ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିଛନ୍ତି । ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଦୁର୍ନୀତି ଅଭିଯୋଗରେ ଏମାନେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ବରଖାସ୍ତ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ୫ ଜଣ ପ୍ରଧାନଶିକ୍ଷକ, ୪ଜଣ ଇଂଜିନିୟର, ୨ଜଣ ରେଭନ୍ୟୁ ଇନ୍ସପେକ୍ଟର, ଜଣେ ଫାର୍ମାସିଷ୍ଟ, ଜଣେ ଅମିନ, ଜଣେ ପିଇଓ ଏବଂ ଦୁଇ ଜଣ କିରାଣୀ ରହିଛନ୍ତି ।

   Related Posts