ଜିଓ ଟିଭିରେ ଏବେ ଆପଣ ଦେଖିପାରିବେ ୧୬ଟି ଓଡିଆ ଟିଭି ଚାନେଲ ; ଜାଣନ୍ତୁ କ'ଣ କ'ଣ

Published By : Prameya-News7 Bureau | January 12, 2019 IST

ଭୁବନେଶ୍ୱର ୧୨।୧ : ଜିଓଟିଭି ଏବେ ଉପଭୋକ୍ତାମାନଙ୍କ ହାତ ପାହାନ୍ତାରେ ନେଇଆସିଛି ଓଡିଆ ଟିଭି ଚାନେଲର ସର୍ବଶ୍ରେଷ୍ଠ ସମ୍ଭାର । ଜିଓ ଉପଭୋକ୍ତାମାନେ ଏବେ ବିନା ମୂଲ୍ୟରେ ଜିଓଟିଭି ଆପ୍ସରେ ଦେଖିପାରିବେ ୧୬ଟି ଓଡିଆ ଚାନେଲ, ଯାହାମଧ୍ୟରେ ରହିଛି ପ୍ରମୁଖ ନ୍ୟୁଜ, ମନୋରଂଜନ, ଚଳଚ୍ଚିତ୍ର, ମ୍ୟୁଜିକ ଓ ଭକ୍ତି ଟିଭି ଚାନେଲ ସମୂହ ।

ବିଶ୍ୱର ସର୍ବବୃହତ ଡାଟା ନେଟୱର୍କ ଜିଓ ଲୋକମାନଙ୍କ ମୋବାଇଲ ବ୍ୟବହାରକୁ ପରିବର୍ଦ୍ଧିତ କରିବା ସହିତ ସେମାନଙ୍କ ନିଜ ଭାଷାରେ ତଥା ପସନ୍ଦର ଆଂଚଳିକ ଭାଷାରେ ଖବର ଓ ମନୋରଂଜନ ଉପଲବ୍ଧ କରାଇବାରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି । ଏବେ ଅଧିକ ଓଡିଆ ଚାନେଲଗୁଡିକ ଜିଓ ଟିଭିରେ ଉପଲବ୍ଧ ହେବା ସହିତ ଓଡିଶାରେ ଜିଓର ୭୫ ଲକ୍ଷରୁ ଅଧିକ ଉପଭୋକ୍ତା ତଥା ଦେଶର କୋଣ ଅନୁକୋଣରେ ରହିଥିବା ଓଡିଆମାନେ ନିଜ ହାତ ପାହାନ୍ତାରେ ବିନା ମୂଲ୍ୟରେ ନିଜ ନିଜର ପସନ୍ଦର ଟିଭି ଚାନେଲ ଓ କାର୍ଯ୍ୟକ୍ରମ ଦେଖିପାରିବେ ।
ଜିଓ ଟିଭିରେ ଉପଲବ୍ଧ ହେଉଥିବା ଓଡିଆ ଚାନେଲଗୁଡିକ ମଧ୍ୟରେ ରହିଛି ନ୍ୟୁଜ୍ ସେଭେନ, ଓଟିଭି, କନକ ନ୍ୟୁଜ, ନ୍ୟୁଜ ୧୮ ଓଡିଆ, ଜି ଓଡିଶା, କଳିଙ୍ଗ ଟିଭି, ନ୍ୟୁଜ ୱାର୍ଲଡ ଓଡିଶା, ଏମବିସି ଟିଭି ଓ ନକ୍ଷତ୍ର ନ୍ୟୁଜ ଭଳି ସମସ୍ତ ଓଡିଆ ନ୍ୟୁଜ ଚ୍ୟାନେଲ ଏବଂ ଜି ସାର୍ଥକ, ତରଙ୍ଗ, କଲର୍ସ ଓଡିଆ, ଡିଡି ଓଡିଆ ଭଳି ମନୋରଂଜନ ଚାନେଲ । ଏଥି ସହିତ ଓଡିଆ ମ୍ୟୁଜିକ ଚାନେଲ ତରଙ୍ଗ ମ୍ୟୁଜିକ, ଓଡିଆ ଚଳଚ୍ଚିତ୍ର ଚାନେଲ ଅଳଙ୍କାର ଏବଂ ଓଡିଆ ଭକ୍ତି ଆଧାରିତ ଚାନେଲ ପ୍ରାର୍ଥନା ଏବେ ଜିଓ ଟିଭିରେ ଉପଲବ୍ଧ ହେଉଛି ।

ଆଂଚଳିକ ଭାଷାରେ ଖବର ଓ ମନୋରଂଜନ ଉପଲବ୍ଧ ହେବା ଦ୍ୱାରା ଲକ୍ଷ ଲକ୍ଷ ଜିଓ ଫୋନ୍ ଉପଭୋକ୍ତା ବିଶେଷ କରି ଗ୍ରାମୀଣ ଓ ଦୁର୍ଗମ ଅଂଚଳରେ ରହୁଥିବା ଲୋକମାନେ ଉପକୃତ ହୋଇଥାନ୍ତି କାରଣ ସେମାନଙ୍କ ମଧ୍ୟରୁ ଅନେକଙ୍କ ପାଇଁ ଜିଓ ଫୋନ୍ ହିଁ ନିଜର ପ୍ରିୟ ଓଡିଆ ଖବର, ଟିଭି ଧାରାବାହିକ ଓ ଚଳଚ୍ଚିତ୍ର ଆଦି ଦେଖିବାର ଏକମାତ୍ର ଭରସାଯୋଗ୍ୟ ମାଧ୍ୟମ ରହିଛି ।

ମାତ୍ର ୫୦୧ ଟଙ୍କା ମୂଲ୍ୟରେ ଉପଲବ୍ଧ ଜିଓ ଫୋନରେ ଯେ କୌଣସି ଉଚ୍ଚ ମୂଲ୍ୟର ସ୍ମାର୍ଟ ଫୋନ୍ ଭଳି ରହିଛି ଅତ୍ୟାଧୁନିକ ସୁବିଧା ସୁଯୋଗ, ଯେଉଁଥି ପାଇଁ ନିରବଚ୍ଛିନ୍ନ ୪ଜି ନେଟୱାର୍କ ସହିତ ଜିଓ ଫୋନ ଏବେ ଭାରତର ସର୍ବାଧିକ ବିକ୍ରି ହେଉଥିବା ଫୋନ ହୋଇପାରିଛି । ଅନେକ ଉପଭୋକ୍ତାଙ୍କ ପାଇଁ ଜିଓ ଫୋନ ସେମାନଙ୍କର ପ୍ରଥମ ୪ଜି ଫୋନ ହେବା ସାଙ୍ଗକୁ ପ୍ରଥମ ଟିଭି, ପ୍ରଥମ କ୍ୟାମେରା, ପ୍ରଥମ ରେଡିଓ ଏବଂ ପ୍ରଥମ ମ୍ୟୁଜିକ ପ୍ଲେଆର ଭଳି ବ୍ୟବସ୍ଥା ରହିଛି । ଏଥିରେ ଜିଓ ଟିଭି, ଜିଓ ସିନେମା, ଜିଓ ସାୱନ ମ୍ୟୁଜିକ ଭଳି ଜିଓର ସମସ୍ତ ପ୍ରିମିୟମ ଆପ୍ସ ସାଙ୍ଗକୁ ଫେସବୁକ୍, ହ୍ୱାଟ୍ସଅପ୍, ୟୁଟୁବ ଭଳି ଲୋକପ୍ରିୟ ସୋସିଆଲ ମିଡିଆ ଆପ୍ସ ଉପଲବ୍ଧ ହେବା ଏହାକୁ ବାସ୍ତବ ସ୍ମାର୍ଟଫୋନ ରୂପ ଦେଇଛି । ନିକଟରେ ଜିଓ ଫୋନ ପାଇଁ ଜିଓ କୁମ୍ଭ ସମ୍ପର୍କିତ ସୂଚନା, ସ୍ନାନ ଓ ତିଥି ନିର୍ଘଂଟ, ରେଳ ଓ ବସ ସେବା, କୁମ୍ଭ ଦର୍ଶନ ଇତ୍ୟାଦିର ଲାଭ ନେଇପାରିବେ ।

ବିଭିନ୍ନ ଭାଷାରେ ଓ ବିଭିନ୍ନ ବର୍ଗ ପାଇଁ ସର୍ବଶ୍ରେଷ୍ଠ ଟିଭି କାର୍ଯ୍ୟକ୍ରମ, କଂଟେଂଟ ଓ ଚାନେଲ ପ୍ରଦାନ କରୁଥିବା ଜିଓ ଟିଭିରେ ୬୦ଟି ଏଚଡି ଚାନେଲ ସମେତ ୫୭୫ରୁ ଅଧିକ ଟିଭି ଚାନେଲ ସମସ୍ତ ଜିଓ ଉପଭୋକ୍ତାଙ୍କ ହାତ ପାହାନ୍ତାରେ ଉପଲବ୍ଧ ହେଉଛି । ଏଥି ସହିତ କ୍ରିକେଟ ମ୍ୟାଚ ସମୂହ ଓ ଆଇ ଲିଗ୍ ଫୁଟବଲ ଟୁର୍ଣ୍ଣାମେଂଟ ଭଳି ପ୍ରମୁଖ କ୍ରୀଡାର ପ୍ରସାରଣ ଜିଓ ଟିଭିରେ ଦର୍ଶକଙ୍କ ପାଇଁ ଉପଲବ୍ଧ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.