କଳାହାଣ୍ଡିରେ ଆଉ ୧୬ କରୋନା ପଜିଟିଭ୍ ଚିହ୍ନଟ

Published By : Prameya-News7 Bureau | June 13, 2020 IST

କଳାହାଣ୍ଡି, ୧୩|୦୬:   କଳାହାଣ୍ଡିରେ ଆଉ ୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୫ ଜଣ ବାହାର ରାଜ୍ୟ ଓ ଦେଶରୁ ଫେରିଥିବା ବେଳେ ଜଣେ ସ୍ଥାନୀୟ ବ୍ୟକ୍ତି ମଧ୍ୟ ସଂକ୍ରମିତ ହୋଇଛନ୍ତି ।

ଶନିବାର ସନ୍ଧ୍ୟାରେ ଚିହ୍ନଟ ହୋଇଥିବା ୧୬ ସଂକ୍ରମିତଙ୍କ ମଧ୍ୟରୁ ୧୧  ଜଣ ତାମିଲନାଡୁ ଫେରନ୍ତା ରହିଥିବା ବେଳେ ଜଣେ ଋଷ ଫେରନ୍ତା ମଧ୍ୟ ରହିଛନ୍ତି । ସେହିପରି ୨ ଜଣ ଗୁଜୁରାଟ ଓ ଜଣେ କର୍ଣ୍ଣାଟକ ଫେରମ୍ତା ରହିଛନ୍ତି । ଆହୁରି ମଧ୍ୟ ଜୟପାଟଣା ଅଞ୍ଚଳର ଜଣେ ସ୍ଥାନୀୟ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି ।  ଏନେଇ ଜିଲ୍ଲାର ସିଡିଏମଓ ଜଗୁଲାଲ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି ।

ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମିତ ସଂଖ୍ୟା । ଶନିବାର ସକାଳେ ରାଜ୍ୟରେ ଆଉ ୨୨୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭୨୩ରେ ପହଞ୍ଚିଥିଲା । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଥିଲା । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୬ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଅନ୍ୟ ୨୯ ଜଣ ସ୍ଥାନୀୟ ଅଞ୍ଚଳର ରହିଥିବା ସୂଚନା ମିଳିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.