Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୧ କରୋନା ସଂକ୍ରମିତ, ୧୦୫୦୫୦୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ରାଜ୍ୟରେ ବଢିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଭୁବନେଶ୍ୱରରେ ଆଉ ୧୬ ପଜିଟିଭ୍

5/04/2020 at 8:58 PM

ଭୁବନେଶ୍ୱର, ୦୫|୦୪: ରାଜ୍ୟରେ ଆହୁରି ୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତ ଭୁବନେଶ୍ୱରର ହୋଇଥିବା ସୂଚନା ମିଳିଛି ।

ସାରା ଦେଶରେ ଆଜି କରୋନା ପଜିଟିଭଙ୍କ ସଂଖ୍ୟା ପ୍ରାୟ ଦୁଇ ଗୁଣ ବଢିଥିବା ବେଳେ ଓଡିଶାରେ ଗୋଟିଏ ଦିନରେ ୧୮ କରୋନା ପଜିଟିଭ୍ ଚିହ୍ନଟ ହେବା  ଚିନ୍ତା ଓ ଆତଙ୍କର କାରଣ ହୋଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ଆଜି ମଧ୍ୟାହ୍ନରେ ସ୍ଵତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ସାମାଜିକ ସଂକ୍ରମଣ ହୋଇନଥିବା କହିଥିବା ବେଳେ ସନ୍ଧ୍ୟାରେ ଆସିଥିବା ନମୂନା ପରୀକ୍ଷଣ ରିପୋର୍ଟରେ ଏକକାଳୀନ ୧୬ ଜଣ କୋଭିଡ୍ ୧୯ ପଜିଟିଭ୍ ଚିହ୍ନଟ ହେବା ଚିନ୍ତା ବଢାଇ ଦେଇଛି। ଏବେ ସଂପୃକ୍ତ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସଂପର୍କରେ ଛାନଭିନ୍ ଆରମ୍ଭ ହୋଇଛି।

ତେବେ ଚିହ୍ନଟ ହୋଇଛିବା ୧୬ଜଣଙ୍କ ମଧ୍ୟରୁ ୧୫ଜଣ ରାଜଧାନୀ ବମିଖାଲ ଅଞ୍ଚଳର । ସ୍ଥିତିକୁ ଦେଖି ବମିଖାଲକୁ ସମ୍ପୂର୍ଣ୍ମ ଭାବେ ସିଲ କରି ଦିଆଯାଇଛି । ଭୟଭୀତ ନହୋଇ ଘରେ ରହିବାକୁ ସ୍ଥାନୀୟ ବାସିନ୍ଦାଙ୍କୁ ପରାମର୍ଶ ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ଘଟିଛି। ଶୁକ୍ରବାର ଅପରାହ୍ନ ୩ଟା ସୁଦ୍ଧା କରୋନା ରୋଗୀଙ୍କ ସଂଖ୍ୟା ୫ ଥିବା ବେଳେ ରବିବାର ରାତି ବେଳକୁ ଏହି ସଂଖ୍ୟା ୩୯ରେ ପହଞ୍ଚିଥିଲା।

   Related Posts